ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ !
ସୂଚନା ଦେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା।
ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସୂଚନା ଦେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା। ସୋନିଆ ଗାନ୍ଧୀଙ୍କୁ ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିବା ସୂଚନା ମିଳିଛି।
ତେବେ କୁହାଯାଉଛି ସୋନିଆଙ୍କର ସେପରି ବିଶେଷ କିଛି ହୋଇନାହିଁ। ସୋନିଆ ଗାନ୍ଧୀଙ୍କୁ କିଛି ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଛି।
ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରୁଛନ୍ତି, ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି।