ଦିଲ୍ଲୀ: ନାବାଳିକାକୁ ଦୁଷ୍କର୍ମ କରି ତାକୁ ହତ୍ୟା କରି ଏକ ସୁଟକେସରେ ପୁରାଇ ଫୋପାଡ଼ିଦେଲେ ଦୁର୍ବୁତ୍ତ। ଏଭଳି ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି ଉତ୍ତର-ପୂର୍ବ ଦିଲ୍ଲୀ ଦୟାଲପୁର ଅଞ୍ଚଳରେ।
ଦୁଷ୍କର୍ମ କରିବା, ହତ୍ୟା କରିବା ଲାଗୁଛି ଯେମିତି ଏକ ନିତିଦିନିଆ ଘଟଣା ହୋଇଗଲାଣି। ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରୁନି କି ଆଗକୁ ହେବ ବୋଲି ଆଶା ମଧ୍ୟ ନାହିଁ। ଯେତେବେଳେ ବି ଟିଭି ହେଉ କିମ୍ବା ଖବର କାଗଜ ସବୁଦିନ ଏପରି କିଛି ଘଟଣା ଦେଖିବାକୁ ମିଳୁଛି।
ଏଇ ଯେମିତି ଦେଖୁନାହାଁନ୍ତି ଦିଲ୍ଲୀରେ 9 ବର୍ଷର ନାବାଳିକା ଝିଅଟିଏ, ସେ ବା କଣ ଦୁନିଆ ବିଷୟରେ ଜାଣିଥିବ କିନ୍ତୁ ତାକୁ ଦୁଷ୍କର୍ମ କରି, ହତ୍ୟା କରି ଏକ ସୁଟକେସରେ ପୁରାଇ ଫୋପାଡିଦିଆଗଲା।
ସୁଟକେସରୁ ରକ୍ତ ଝୁଡୁବୁଡୁ ଅବସ୍ଥାରେ ତାକୁ ଉଦ୍ଧାର କରିବା ପରେ ଦିଲ୍ଲୀ ଦୟାଲପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ 6ଟି ଟିମ ଗଠନ କରି ଖୋଜିବା ପ୍ରକ୍ରିୟା ଆରମ୍ଭ କରିଛି।