ପୁରୀ: ପୁରୀ ଜଗନ୍ନାଥ ମନ୍ଦିରରେ ବଡ଼ ଅଘଟଣ। ଭକ୍ତଙ୍କ ଉପରେ ଢ଼ାଳି ହେଲା ଗରମ ଡ଼ାଲି। ବୋଝିଆ ଡ଼ାଲି ମୁଣ୍ଡେଇ ନେବା ବେଳେ ୭ ଜଣ ଭକ୍ତଙ୍କ ଉପରେ ଢ଼ାଳି ହୋଇଗଲା। ଫଳରେ ସମସ୍ତ ୭ ଜଣ ଭକ୍ତ ଆହତ ହୋଇଛନ୍ତି।
ଶ୍ରୀମନ୍ଦିରରେ ଗରମ ଡ଼ାଲି ପଡ଼ି ୭ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି। ଭୋଗ ମଣ୍ଡପ ଉଠିବା ପରେ ବୋଝିଆ ଅସାବଧାନତାରୁ ଏହି ଅଘଟଣ ଘଟିଛି। ବୋଝିଆ ଗରମ ଡ଼ାଲି ନେଲା ବେଳେ ୭ ଜଣ ଭକ୍ତଙ୍କ ଉପରେ ପଡ଼ିଲା।
ଗରମ ଡ଼ାଲି ପଡ଼ିଥିବା ସବୁ ଭକ୍ତ ନୟାଗଡ଼ର ବୋଲି ଜଣା ପଡିଛି। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି।