ଚାଲୁଥିଲା ଏକ୍ସପ୍ରେସ, ଟ୍ରାକକୁ ଖସିପଡ଼ିଲେ ଯାତ୍ରୀ, ଫଳରେ ୫ ଜଣଙ୍କର ମୃତ୍ୟୁ, ଅନେକ ଆହତ
ଚଳନ୍ତା ଟ୍ରେନରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ।
ମୁମ୍ୱାଇ: ଚଳନ୍ତା ଟ୍ରେନରୁ ଖସି ୫ ମୃତ। ଚଳନ୍ତା ଏକ୍ସପ୍ରେସରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ। ମୁମ୍ୱାଇ ଥାଣେ ରେଲଓ୍ୱେ ଷ୍ଟେସନରେ ଆଘଟଣ। ଲକ୍ଷ୍ନୌ ଯାଉଥିବା ଟ୍ରେନରୁ ଖସିପଡ଼ିଲେ ଯାତ୍ରୀ।
ମୁମ୍ୱାଇର ଥାଣେ ଅଞ୍ଚଳରେ ଟ୍ରେନ୍ ଟ୍ରାକକୁ ଖସିପଡ଼ିଲେ ଯାତ୍ରୀ। ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏପରିକି ଟ୍ରେନରୁ ଖସି ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଟ୍ରେନରେ ଅତ୍ୟଧିକ ଭିଡ଼ କାରଣରୁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି।