fbpx

ଅଗଷ୍ଟ ୩୧ଯାଏଁ ରାଜ୍ୟର ଏହି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ

ଢ଼େଙ୍କାନାଳ, ୩୧ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ କରୋନା ମୁକାବିଲା ନେଇ ଢ଼େଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଢ଼େଙ୍କାନାଳ ଜିଲ୍ଲାରେ ଅଗଷ୍ଟ ୩୧ଯାଏଁ ସପ୍ତାହର ପ୍ରତି ଶନିବାର ଓ ରବିବାର ସଟଡାଉନ ରଖାଯିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.