କିଏ ଏହି ସଞ୍ଜୟ ବର୍ମା, ଯାହାକୁ ସୋନମ ୧୦୦ରୁ ଅଧିକ ଥର କରିଛନ୍ତି କଲ୍, ପୋଲିସର ଆଉ ଏକ ଖୁଲାସା
ରାଜା ରଘୁବଂଶୀ ହତ୍ୟା ମାମଲା: ସଞ୍ଜୟ ବର୍ମା କିଏ, ଯାହାଙ୍କୁ ସୋନମ ଏତେ ଥର କଲ୍ କରିଛନ୍ତି
ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସ୍ୱାମୀ ରାଜା ରଘୁଂବଶୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସୋନମ ରଘୁବଂଶୀଙ୍କର ଆଉ ଏକ ଖୁଲାସା ପୋଲିସ କରିଛି। ସୋନମ ବିବାହ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ୧୦୦ରୁ ଅଧିକ ଥର ଫୋନ କରିଥିଲେ।
ଏହାପରେ ଜଣାପଡ଼ିଥିଲା ଯେ, ସେ ତାଙ୍କ ପ୍ରେମିକ ରାଜ କୁଶୱାହଙ୍କ ଛଦ୍ମ ନାମ “ସଞ୍ଜୟ ବର୍ମା”। ପୋଲିସ ଏହି ସୂଚନା ବୁଧବାର ଦିନ ଦେଇଥିଲା।
ବିବାହ ପରେ ବି ଫୋନ କଲ୍ ଜାରି ରହିଥିଲା: ପୂର୍ବ ଖାସି ହିଲ୍ସ ଜିଲ୍ଲାର ପୋଲିସ ଅଧ୍ୟକ୍ଷ ବିବେକ ସିମ କହିଛନ୍ତି ଯେ, ଆମକୁ ଜଣାପଡିଥିଲା ଯେ, ସୋନମ ରାଜାଙ୍କୁ ବିବାହ କରିବା ପୂର୍ବରୁ ସଞ୍ଜୟ ବର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ୧୦୦ରୁ ଅଧିକ ଥର ଫୋନ କଲ୍ କରିଥିଲେ। ବିବାହ ପରେ ମଧ୍ୟ ଏହି କଲ୍ ଜାରି ରହିଥିଲା।
ସଞ୍ଜୟ ବର୍ମା ଆଉ କେହି ନୁହଁନ୍ତି: ପୋଲିସ ସଞ୍ଜୟ ବର୍ମାଙ୍କ ଯାଞ୍ଚ ଅଭିଯାନ ଆରମ୍ଭ କରିଥିଲେ। ଯାହାଙ୍କର ଫୋନ ସ୍ୱିଚ୍ ଅଫ୍ ଥିଲା। ସିମ ଯାଞ୍ଚ ସମୟରେ ଜଣାପଡିଥିଲା ଯେ, ସଞ୍ଜୟ ବର୍ମା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ରାଜ କୁଶୱାହ। ଯିଏ ପ୍ରେମିକା ସ୍ୱାମୀଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିଲା।