fbpx

ଗଞ୍ଜାମରେ ଆଉ ୨ଟି କୋଭିଡ଼ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କରୋନା ମୁକାବିଲା ପାଇଁ ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରାଯାଇଛି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଆଉ ୨ଟି କୋଭିଡ଼ ହସ୍ପିଟାଲ ଉଦଘାଟିତ ହୋଇଛି । ଗୋଟେ ଅଶ୍ୱିନୀ ହସ୍ପିଟାଲ ସହାୟତାରେ କନିଷିରେ କୋଭିଡ଼ ହସ୍ପିଟାଲ ଉଦଘାଟିତ ହୋଇଛି । ଅନ୍ୟଟି ବ୍ରହ୍ମପୁର ଏମକେସିଜିରେ ମଧ୍ୟ କୋଭିଡ଼ ହସ୍ପିଟାଲ ଉଦଘାଟିତ ହୋଇଥିବା ସୂଚନା ରହିଛି । ଏହି ଦୁଇଟି ହସ୍ପିଟାଲକୁ ଭିସି ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ କୋଭିଡ଼ ହସ୍ପିଟାଲରେ ୧୫୦ ଲେଖାଏଁ ଶଯ୍ୟା ରହିଛି । ସମସ୍ତ ୩୦୦ ଶଯ୍ୟାରେ ଅକ୍ସିଜେନ ବ୍ୟବସ୍ଥା ରହିଛି । ଉଭୟ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଭେଣ୍ଟିଲେଟର ମଧ୍ୟ ରହିଛି ।

Get real time updates directly on you device, subscribe now.