Kanker Naxal Encounter: ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ, ଜଣେ ରହିଛନ୍ତି ମହିଳା

ସୀମାନ୍ତ ଛତିଶଗଡ଼ରେ ଯବାନ-ମାଓବାଦୀ ଗୁଳି ବିନିମୟ ।

ନୂଆଦିଲ୍ଲୀ: ଆଜି ସକାଳଠାରୁ କାଙ୍କେର ଜିଲ୍ଲାର ଛୋଟେବାଥିଆ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏପର୍ଯ୍ୟନ୍ତ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ମହିଳା। ପୋଲିସ ଅଧୀକ୍ଷକ ଇନ୍ଦିରା କଲ୍ୟାଣ ଏଲିସେଲା ଏହି ସୂଚନା ଦେଇଛନ୍ତି।

କୁହାଯାଉଛି ଯେ ଏନକାଉଣ୍ଟର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଚାଲିଛି । ସୁରକ୍ଷାବାହିନୀ ଅଞ୍ଚଳକୁ ଘେରି ରହିଛନ୍ତି ।

ଡିଆରଜି ଏବଂ ବିଏସଏଫର ଏକ ମିଳିତ ଟିମ୍ ସର୍ଚ୍ଚ ଅପରେସନରେ ସାମିଲ ଅଛନ୍ତି । ଜଣେ ୟୁନିଫର୍ମ ପିନ୍ଧା ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଆପଣଙ୍କୁ କହି ରଖୁଛୁ ଯେ ନିହତ ମାଓବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର (ସ୍ୱୟଂଚାଳିତ ଅସ୍ତ୍ର) ମଧ୍ୟ ଉଦ୍ଧାର କରାଯାଇଛି । ବର୍ତ୍ତମାନ, ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି ଏବଂ ଘଟଣାସ୍ଥଳକୁ ଅତିରିକ୍ତ ଫୋର୍ସ ପଠାଯାଇଛି ।