କେନ୍ଦୁଝର: ସ୍କୁଲ ଛାତରୁ ପ୍ଳାଷ୍ଟର ଖସି ଛାତ୍ର ଆହତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଘଟଗାଁ ଦେଓଘର ପ୍ରାଥମିକ ସ୍କୁଲରେ।
ପାଠ ପଢ଼ୁଥିବା ସମୟରେ ସ୍କୁଲ ଛାତରୁ ପ୍ଳାଷ୍ଟର ଖସି ଜଣେ ଛାତ୍ରଙ୍କ ଉପରେ ପଡିଥିଲା। ଫଳରେ ଛାତ୍ର ଜଣଙ୍କ ଆହତ ହୋଇଛନ୍ତି। ଏତେ ଦିନ ପରେ ଛୁଟି ପରେ ପିଲା ବହୁତ ଆଗ୍ରହର ସହିତ ସ୍କୁଲ ଯାଇଥିଲେ ପାଠ ପଢିବା ପାଇଁ। କିନ୍ତୁ ଦେଖିଲା ବେଳକୁ ଯାଉ ଯାଉ ଏଭଳି ଅଘଟଣ ଘଟିଗଲା।
ତେବେ ଏଠି ପ୍ରଶ୍ନ ଉଠୁଛି କିଭଳି ଭାବେ ପ୍ଳାଷ୍ଟର ହୋଇଥିଲା ଯେ, ତାହା ପିଲାଙ୍କ ଉପରେ ପଡିଲା? ଯଦି ଆହୁରି ବିଶେଷ କ୍ଷତି ହୋଇଥାନ୍ତା ତେବେ ଏଥିପାଇଁ କିଏ ଦାୟୀ ରହିଥାନ୍ତେ?
ଏହି ଘଟଣା ପରେ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ମଧ୍ୟ ବାପା ମାଆ ମାନେ ଡରିବେ। ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ।