ଗୁରୁଙ୍କୁ ଅସମ୍ମାନ ଅଭିଯୋଗ ପ୍ରସଙ୍ଗ: ଯାତ୍ରା କମେଡିଆନ୍ ଦୟାଙ୍କ ଉପରୁ ଉଠିଲା ବ୍ୟାନ୍

ଯାତ୍ରା କମେଡିଆନ୍ ଦୟାଙ୍କ ଉପରୁ ଉଠିଲା ନିଲମ୍ବନ । ଦୟାନିଧି ଉପାଧ୍ୟାୟଙ୍କ ଉପରୁ ନିଲମ୍ବନ ଉଠିଲା । ଭୁଲ ମାଗିବା ପରେ ନିଲମ୍ବନ ଉଠାଇଲା ମାଲିକ ସଂଘ ।

ଭୁବନେଶ୍ବର: ଯାତ୍ରା କମେଡିଆନ୍ ଦୟାଙ୍କ ଉପରୁ ଉଠିଲା ନିଲମ୍ବନ । ଦୟାନିଧି ଉପାଧ୍ୟାୟଙ୍କ ଉପରୁ ନିଲମ୍ବନ ଉଠିଲା । ଭୁଲ ମାଗିବା ପରେ ନିଲମ୍ବନ ଉଠାଇଲା ମାଲିକ ସଂଘ । ଯାତ୍ରା ମାଲିକ ସଂଘ ସଭାପତିଙ୍କୁ ଭୁଲ ମାଗିଲେ ଦୟା। ଏନେଇ ସୂଚନା ଦେଇଛନ୍ତି ଅପେରା ମାଷ୍ଟର୍ସ ଆସୋସିଏସନ୍ ସଭାପତି ବିଜୟ ଦାସ । ଯାତ୍ରା ଗୁରୁମାନଙ୍କୁ ସମାଲୋଚନା କରିଥିଲେ ଦୟା ।

ପ୍ରକାଶଥାଉକି, ଗୁରୁମାନେ ଅକ୍ଷମ ଓ ଅଯୋଗ୍ୟ କହି ବିବାଦରେ ଫସିଥିଲେ ଯାତ୍ରା କମେଡିଆନ୍ ଦୟା । ଏହାପରେ ତାଙ୍କୁ ଯାତ୍ରାପାର୍ଟିରୁ ବ୍ୟାନ କରାଯାଇଥିଲା । ଏହାପରେ ସେ ଗଣମାଧ୍ୟମରେ କ୍ଷମା ମାଗିଥିଲେ ।

ସେ କହିଥିଲେ ଯେ, “ମୋତେ ପିଲା ବୋଲି ଭାବି କ୍ଷମା କରିଦେବେ, ସାରମାନେ ରାଗିକି ଏମିତି କହିଛନ୍ତି” ବୋଲି କହିଲେ ଦୟା । ମୁଁ ମୋ ପାଇଁ କହି ନଥିଲି, ସବୁ ହାସ୍ୟାଭିନେତାଙ୍କ ପାଇଁ କହିଥିଲି । ଯଦି ଆମକୁ ଗୌଣ କରାଯିବ; ଆମେ ବଞ୍ଚିବୁ କିପରି ବୋଲି ଦୟା କହିଥିଲେ । ସାରମାନଙ୍କୁ ଆକ୍ଷେପ କରିବାକୁ କହି ନ ଥିଲି ବୋଲି ମିଡିଆ ସାମ୍ନାରେ କହିଥିଲେ ଯାତ୍ରା କମେଡିଆନ୍ ଦୟା ।