ପୁରୀ: ଆଉ ଗୋଟେ ସପ୍ତାହ ପରେ ରଥଯାତ୍ରା। ଚାହୁଁ ଚାହୁଁ ସମୟ ଗଡ଼ିଯିବ। ଆଉ ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବା ପାଇଁ ଲାଗିବ ପ୍ରବଳ ଭିଡ଼। ହେଲେ ସବୁଠାରୁ ଚିନ୍ତାର ବିଷୟ ଏହା କି ଏବେ ରଥଯାତ୍ରାକୁ ଘାରିଛି ଡାଇରିଆ ଭୟ।
କାରଣ ଆପଣମାନେ ଜାଣିଥିବେ ପୁରୀରେ ରଥଯାତ୍ରା ସମୟରେ ବିଭିନ୍ନ ସ୍ଥାନରୁ କିପରି ଶ୍ରଦ୍ଧାଳୁଙ୍କ ଭିଡ଼ ଯମେ। ବଡ଼ଦାଣ୍ଡରେ ହଜାର ହଜାର ଭକ୍ତ ଏକାଠି ହୁଅନ୍ତି। ହେଲେ ଚିନ୍ତାର ବିଷୟ ଏହା କି ଏବେ ଡାଇରିଆ ଜିଲ୍ଲାକୁ ଜିଲ୍ଲା ବ୍ୟାପୁଛି।
ଡାଇରିଆ : ଯଦି ଦେଖିବା ପ୍ରଥମେ ଯାଜପୁରରେ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବଂ ଏହା ଧିରେ ଧିରେ ବୃଦ୍ଧି ପାଇଥିଲା। ଜିଲ୍ଲାକୁ ଜିଲ୍ଲା ବ୍ୟାପିଥିଲା।
ପ୍ରଥମେ ଯାଜପୁର ପରେ ଭଦ୍ରକ ଆଉ ତାପରେ ବାଲେଶ୍ୱର। ଏପରିକି ଭୁବନେଶ୍ୱର ଓ କଟକରେ ମଧ୍ୟ କିଛିକାଂଶରେ ଡାଇରିଆ ରୋଗୀ ଚିହ୍ନଟ ହୋଇଥିଲେ। କୁହାଯାଉଛି ଡାଇରିଆ ପାଣିରେ ବ୍ୟାପୁଛି।
ସେଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଯାଜପୁର ଯାଇ ସ୍ଥିତି ପରକ୍ଷିବେ ବୋଲି ସୂଚନା ମିଳିଛି। ଅବଶ୍ୟ ଯାଜପୁର ଡାଇରିଆରେ କିଛି ଟା ସୁଧାର ଆସିଛି। ରୋଗୀ ସୁସ୍ଥ ହେଉଛନ୍ତି। ହେଲେ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିନି ସ୍ଥିତି।
ରଥଯାତ୍ରାରେ ଭୟ: ହେଲେ ଆଉ ସପ୍ତାହେ ପରେ ରଥଯାତ୍ରା। ପୁରୀକୁ ବିଭିନ୍ନ ଜିଲ୍ଲାରୁ ଛୁଟିବ ଭକ୍ତଙ୍କ ସୁଅ। ଏକାଠି ହେବେ ହଜାର ହଜାର ଶ୍ରଦ୍ଧାଳୁ। ତେବେ ସେତେବେଳେ ସ୍ଥିତି କିପରି ରହିବ।
କାହିଁକି ନା ସମସ୍ତେ ସମାନ ପାଣି ବ୍ୟବହାର କରିବେ ଆଉ ସମାନ ସୌଚାଳୟ ମଧ୍ୟ। ସେତେବେଳେ ଯଦି ଡାଇରିଆ ବ୍ୟାପେ, ତାହାଲେ ତ ପୁରା ରାଜ୍ୟରେ ଡାଇରିଆ ନିଜର କାୟା ବିସ୍ତାର କରିଦେବ।
ତେବେ ସରକାରଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଚ ହୋଇପାରେ। କିପରି ରଥଯାତ୍ରା ସମୟରେ ଡାଇରିଆ ନବ୍ୟାପିବ। କାରଣ କୁହାଯାଉଛି ପାଣିରୁ ଡାଇରିଆ ବ୍ୟାପୁଛି। ଆଉ ଏବେ ରାଜ୍ୟର କିଛି ଜିଲ୍ଲାରେ ଡାଇରିଆ ଆକ୍ରାନ୍ତ ସକ୍ରିୟ ଅଛନ୍ତି।