ଜନ୍ମଦିନରେ ଥାଏ ମରିବାର ଅଧିକ ସମ୍ଭାବନା! ବୈଜ୍ଞାନିକମାନେ ଦେଲେ ଆଶ୍ଚର୍ଯ୍ୟ କଲାଭଳି ମନ୍ତବ୍ୟ

ଜନ୍ମଦିନରେ ହୋଇପାରେ ମୃତ୍ୟୁ, ଅଧ୍ୟୟନରୁ ସ୍ପଷ୍ଟ

ଓଡିଶା ଭାସ୍କର: ଜନ୍ମଦିନରେ ଥାଏ ମରିବାର ସବୁଠୁ ଅଧିକ ସମ୍ଭାବନା। ବୈଜ୍ଞାନିକମାନେ ଦେଲେ ଆଶ୍ଚର୍ଯ୍ୟ କଲାଭଳି ମନ୍ତବ୍ୟ। ସେମାନଙ୍କ ମତରେ, ଜଣେ ବ୍ୟକ୍ତିଙ୍କ ଜନ୍ମଦିନରେ ମୃତ୍ୟୁର ସମ୍ଭାବନା ଅନ୍ୟ ଦିନ ଅପେକ୍ଷା ଅଧିକ। ଯାହାକୁ ‘ଜନ୍ମଦିନ ପ୍ରଭାବ’ ବୋଲି କୁହାଯାଏ।

ଜନ୍ମଦିନ ସାଧାରଣତଃ ଏକ ବିଶେଷ ଦିନ ହୋଇଥାଏ। ଲୋକମାନେ ଏହି ଦିନରେ ଅଧିକ ଖୁସି ହୋଇ ବିଭିନ୍ନ ପ୍ରକାରରେ ପାଳନ କରିଥାନ୍ତି। ଅନେକ ଥର ସେମାନେ ଅତ୍ୟଧିକ ମଦ୍ୟପାନ ମଧ୍ୟ କରନ୍ତି। ଯାହାଦ୍ୱାରା ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁମୁଖରେ ପଡ଼ିଥାନ୍ତି।

ମ୍ୟାକହଗ୍ କୁହନ୍ତି ଯେ, କିଛି ଲୋକଙ୍କ ପାଇଁ ଜନ୍ମଦିନ କଷ୍ଟକର ହୋଇଥାଏ। ଏହା ସେମାନଙ୍କ ପାଇଁ ଦୁଃଖ କିମ୍ବା ଚାପ ଆଣିଥାଏ। ଲୋକମାନେ ବାର୍ଦ୍ଧକ୍ୟ କିମ୍ବା ଏକା ରହିବା ବିଷୟରେ ଚିନ୍ତା କରି କଷ୍ଟ ପାଆନ୍ତି ଏବଂ ଆତ୍ମହତ୍ୟା କରିବାକୁ ଚେଷ୍ଟା କରନ୍ତି।

କେବଳ ଏତିକି ନୁହେଁ, କିଛି ଲୋକ ଗମ୍ଭୀର ରୋଗ ସହିତ ମଧ୍ୟ ସଂଘର୍ଷ କରନ୍ତି। ଆହୁରି ମଧ୍ୟ ଲୋକେ ଜୀବନରେ ବିତାଇଥିବା ମୁହୂର୍ତ୍ତ ବିଷୟରେ ଚିନ୍ତା କରନ୍ତି। ଯେପରିକି ସେମାନେ ସେମାନଙ୍କ ଜୀବନ ମଧ୍ୟରେ କିଛି ହାସଲ କରିଛନ୍ତି କି ନାହିଁ। ଯାହା ସେମାନଙ୍କୁ ହତାଶ କରିଥାଏ।

ଅଧ୍ୟୟନ କଣ କହୁଛି? ଏହାକୁ ନେଇ 2016 ମସିହାରେ ଜାପାନରେ ଏକ ଅଧ୍ୟୟନ କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଥିଲା ​​ଯେ ଜନ୍ମଦିନରେ ଆତ୍ମହତ୍ୟାର ସମ୍ଭାବନା 50% ଅଧିକ।

ସେହିପରି 2015 ମସିହାରେ ଆମେରିକାରେ ଏକ ଅଧ୍ୟୟନ କରାଯାଇଥିଲା। ସେଥିରେ ଜଣାପଡ଼ିଥିଲା ​​ଯେ ଜନ୍ମଦିନରେ ମୃତ୍ୟୁର ଆଶଙ୍କା 6.7% ଅଧିକ। 2012 ମସିହାରେ ମଧ୍ୟ ସ୍ୱିଜରଲ୍ୟାଣ୍ଡରେ ହୋଇଥିବା ଏକ ଅଧ୍ୟୟନରେ ସମାନ କଥା ଜଣାପଡ଼ିଥିଲା। 60 ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରେ ଜନ୍ମଦିନରେ ମୃତ୍ୟୁର ଆଶଙ୍କା 13.8% ଅଧିକ ଥିଲା।