ମ୍ୟାଜିକ ମନ୍ଦିର, ଏଠାକୁ ଗଲେ ସରକାରୀ ଚାକିରୀ ସୁନିଶ୍ଚିତ

ସନ୍ତାନ ପ୍ରାପ୍ତି ସହ ବାବାଙ୍କ ଇସାରାରେ ହୁଏ ପାଗ ପରିବର୍ତ୍ତନ

ହରିୟାଣା: ଏପରି ଏକ ମନ୍ଦିର ଅଛି ଯେଉଁଠିକୁ ଗଲେ ସରକାରୀ ଚାକିରୀ ମିଳିବା ସୁନିଶ୍ଚିତ। ଆଜ୍ଞା ହଁ, ହରିୟାଣାର ଆରାବଳୀ ପାହାଡ଼ରେ ଏକ ଦିବ୍ୟ ମନ୍ଦିର ଅଛି, ଯାହାର ମହିମା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଫରିଦାବାଦର ମୋହବତାବାଦ ଗାଁରେ ଥିବା ଏହି ମନ୍ଦିରର ମହିମା ଅନନ୍ୟ। ଲୋକମାନେ କୁହନ୍ତି ଯେ, ଯିଏ ଏଠାରେ ସଚ୍ଚା ହୃଦୟରେ ପ୍ରାର୍ଥନା କରନ୍ତି ତାଙ୍କର ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହୁଏ।

ଏହି ମନ୍ଦିର ସତ୍ୟଯୁଗର ବୋଲି କୁହାଯାଏ। ବାବା ଘନଶ୍ୟାମ ଦାସ 70 ବର୍ଷ ପୂର୍ବେ ଏଠାରେ କଠୋର ତପସ୍ୟା କରିଥିଲେ। ବାବା ଆଉ ଏହି ଦୁନିଆରେ ନାହାଁନ୍ତି, ସେ ପ୍ରାୟ 22 ବର୍ଷ ପୂର୍ବେ ତାଙ୍କର ଶରୀର ତ୍ୟାଗ କରିଥିଲେ, କିନ୍ତୁ ତାଙ୍କର ଚମତ୍କାର ଏବଂ ତପସ୍ୟାର ଶକ୍ତି ଆଜି ମଧ୍ୟ ଅନୁଭୂତ ହୁଏ।

ସଙ୍କେତରେ ପାଗ ପରିବର୍ତ୍ତନ: ସେବକ ଶମ୍ଭୁ ଦାସଙ୍କ କହିବା ଅନୁସାରେ, ବାବା ହିମାଳୟରେ ତାଙ୍କର ପ୍ରଥମ ତପସ୍ୟା କରିଥିଲେ, କିନ୍ତୁ ଗୁରୁଙ୍କ ଆଦେଶରେ ସେ ମହବତାବାଦ ଗାଁରେ ଆସି ତପସ୍ୟା କରିଥିଲେ। ଏଠାରେ ଲୋକମାନେ କୁହନ୍ତି ଯେ, ଯେତେବେଳେ ବାବା ଜଣେ ରୋଗୀକୁ ଭସ୍ମ ଦାନ କରୁଥିଲେ, ସେ ସୁସ୍ଥ ହୋଇଯାଉଥିଲେ।

ବାବାଙ୍କ ଆଶୀର୍ବାଦରେ ମିଳେ ସନ୍ତାନ: ଯେଉଁ ଦମ୍ପତିମାନଙ୍କର ସନ୍ତାନ ନଥିଲା, ସେମାନେ ବାବାଙ୍କ ଆଶୀର୍ବାଦରେ ସନ୍ତାନ ଲାଭ କରିବାର ସୁଖ ପାଇଥିଲେ। ବାବା କହୁଥିଲେ ଯେ ଆଜି ବର୍ଷା ହେବ, ପାଗ ପରିବର୍ତ୍ତନ ହେଉଥିଲା। ଏଠାରେ ଚିତାବାଘ ମନ୍ଦିର ଚାରିପାଖରେ ଘୂରି ବୁଲନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ କାହାର କ୍ଷତି କରିନାହାଁନ୍ତି।

ଆଉ ସବୁଠାରୁ ମୁଖ୍ୟ କଥା ହେଉଛି ଯେ,ମନ୍ଦିରରେ ଏବେ ବି ଅନେକ ଭକ୍ତ ଅଛନ୍ତି ଯେଉଁମାନେ ବିଶ୍ୱାସ କରନ୍ତି ଯେ ବାବାଙ୍କ କୃପା ଯୋଗୁଁ ସେମାନଙ୍କୁ ସରକାରୀ ଚାକିରି ମିଳିଛି।