ଦଶମ ପରୀକ୍ଷାକୁ ନେଇ CBSEର ବଡ଼ ନିଷ୍ପତ୍ତି, ଏଥର ବର୍ଷକୁ ୨ ଥର ହେବ ବୋର୍ଡ ପରୀକ୍ଷା
ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ ଓ ଦ୍ୱିତୀୟ ପରୀକ୍ଷା ଇଚ୍ଛାଧୀନ।
ନୂଆଦିଲ୍ଲୀ: ଦଶମ ପରୀକ୍ଷାକୁ ନେଇ CBSEର ବଡ଼ ନିଷ୍ପତ୍ତି। ୨୦୨୬ରୁ ଦୁଇଟି ପର୍ଯ୍ୟାୟରେ ହେବ ବୋର୍ଡ ପରୀକ୍ଷା। ବର୍ଷକୁ ୨ ଥର ହେବ CBSE ଦଶମ ପରୀକ୍ଷା। ୨୦୨୬ରୁ ବର୍ଷକୁ ୨ ଥର ହେବ CBSE ଦଶମ ପରୀକ୍ଷା।
ଆସନ୍ତା ଶିକ୍ଷା ବର୍ଷରୁ ଦୁଇ ଥର ହେବ ସିବିଏସଇ ବୋର୍ଡ ପରୀକ୍ଷା। ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ ଓ ଦ୍ୱିତୀୟ ପରୀକ୍ଷା ଇଚ୍ଛାଧୀନ। ଯେଉଁ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରହିବ ତାହାକୁ ଗ୍ରହଣ କରାଯିବ।
ସିବିଏସଇ ବୋର୍ଡ ଏହି ମାନଦଣ୍ଡକୁ ମଞ୍ଜୁରୀ ଦେଇଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବୃଆରୀରେ ହେବ ଏବଂ ମେ’ ମାସରେ ହେବ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା। ପରୀକ୍ଷା ଚାପ ହ୍ରାସ କରିବାକୁ ବୋର୍ଡର ଏହି ପଦକ୍ଷେପ। ଏନେଇ ସୂଚନା ଦେଇଛନ୍ତି CBSE ପରୀକ୍ଷା ନିୟନ୍ତ୍ରକ।