ସୁରକ୍ଷା ବଳୟ ଭିତରେ ପୁରୀ ସହର, ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ରଖାଯାଉଛି ନଜର

ରଥଯାତ୍ରା ପାଇଁ ପୁରୀ ସହରକୁ AI ନଜରରେ ରଖାଯାଇଛି।

ପୁରୀ: ଆଉ କିଛି ମୁହୂର୍ତ୍ତର ଅପେକ୍ଷା। ଝୁଲି ଝୁଲି ରଥକୁ ଆସିବ କାଳିଆ ସୁନା। ଆଉ ସାଙ୍ଗରେ ଥିବେ ଭାଇ ବଲଭଦ୍ର ଭଉଣୀ ସୁଭଦ୍ରା। କୋଟି କୋଟି ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେବେ କୋଟି ଓଡ଼ିଆଙ୍କ ମୋଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ।

ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ସେପଟେ ରଥଯାତ୍ରାକୁ ଅତି ସୁରୁକ୍ଷୁରୁରେ ସମ୍ପାଦନ କରିବାକୁ ତତ୍ପର ହୋଇ ଉଠିଛି ପ୍ରଶାସନ। ସୁରକ୍ଷା ବଳୟ ଭିତରେ ରହିଛି ପୁରୀ ସହର।  ଜଲ, ସ୍ଥଳ ଓ ଆକାଶ ମାର୍ଗରୁ ନଜର ରଖାଯାଇଛି।

ଟ୍ରାଫିକ୍ ବ୍ୟବସ୍ଥା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ରଥଯାତ୍ରା ଥିବାରୁ ପୁରୀ ସହରକୁ AI ନଜରରେ ରଖାଯାଇଛି। ପୁରୀ ସହରର ୨୭୫ଟି ସ୍ଥାନରେ ଲାଗିଛି CCTV।  ଟ୍ରାଫିକ୍ ରୁଟ୍ ମଧ୍ୟ ବଦଳିଛି। ଟ୍ରାଫିକ୍ ରୁଟ୍ ଭିଡ଼ିଓ ଜାରି କରିଛି ପୋଲିସ।