ଅପେକ୍ଷାର ଅନ୍ତ ଘଟିଲା, କାଳିଆ ସାଆନ୍ତଙ୍କର ଆରମ୍ଭ ହେଲା ପହଣ୍ଡି, ଖୁସିରେ କାନ୍ଦିଲେ ଭକ୍ତ

ପୁରୀ: ଆଜି ପବିତ୍ର ରଥଯାତ୍ରା। ବର୍ତ୍ତମାନ ଆରମ୍ଭ ହେଲା କାଳିଆ ଠାକୁରଙ୍କ ପହଣ୍ଡି। ପହଣ୍ଡିରେ ଆସୁଛନ୍ତି ମହାପ୍ରଭୁ। ପ୍ରଭୁଙ୍କୁ ଦେଖିବା ପରେ ଲାଗୁଛି, ସେ ମାଉସୀ ମାଆଙ୍କ ପାଖକୁ ଯିବା ଲାଗି ବହୁତ ଖୁସି ଅଛନ୍ତି। ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହୋଇଉଠିଛି ବଡ଼ଦାଣ୍ଡ। କାଳିଆ ସାଆନ୍ତଙ୍କୁ ଦେଖି ଭକ୍ତ ଖୁସିରେ କାନ୍ଦି ପକାଇଛନ୍ତି।

ଏହା ପୂର୍ବରୁ ଆରମ୍ଭ ହୋଇଥିଲା ବଡ଼ଠାକୁରଙ୍କ ପହଣ୍ଡି। କଡ଼ା ସୁରକ୍ଷାବଳୟରେ ଶ୍ରୀକ୍ଷେତ୍ର । AI ନଜରରେ ରହିଛି ପୁରୀ । ବିଭିନ୍ନ ସ୍ଥାନରେ ଲାଗିଛି 275 AI କ୍ୟାମେରା । ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ ।

ପୁରୀ-କୋଣାର୍କ ରୋଡ଼ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଘଟଣ ଏଡ଼ାଇବାକୁ ପ୍ରଶାସନ ସଜାଗ ରହିଛି । ନିୟୋଜିତ ଅଛନ୍ତି ବିମ ଡିସ୍ପୋଜାଲ୍ ସ୍କାଡ୍ । ସଜାଗ ଅଛନ୍ତି ଆଣ୍ଟିଟେରୋରିଷ୍ଟ ସ୍କାଡ୍ ।

ସ୍ପେଶାଲ ଟେକଲିକାଲ ୟୁନିଟ ଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି । 205 ପ୍ଲାଟୁନ ପୋଲିୟ ଫୋର୍ସ ମୁତୟନ ଅଛନ୍ତି । 21 ଆଇପିଏସ୍ ସହ 12ଶହ ଅଫିସର ଅଛନ୍ତି ନିୟୋଜିତ ।