ଆଜିଠୁ ବାହାର ରତ୍ନଭଣ୍ଡାର ମରାମତି, 8 ଦିନରେ କାମ ସାରିବାକୁ ଯୋଜନା
ଆଜିଠୁ ଆରମ୍ଭ ହେବ ବାହାର ରତ୍ନଭଣ୍ଡାର ମରାମତି । ଆସନ୍ତା 8 ଦିନ ଭିତରେ କାମ ସାରିବାକୁ ଯୋଜନା । ବାହାର ରତ୍ନଭଣ୍ଡାରର 90ଟି ପଥର ବଦଳାଇଯାଇପାରେ ।
ପୁରୀ: ଆଜିଠୁ ଆରମ୍ଭ ହେବ ବାହାର ରତ୍ନଭଣ୍ଡାର ମରାମତି । ଆସନ୍ତା 8 ଦିନ ଭିତରେ କାମ ସାରିବାକୁ ଯୋଜନା । ବାହାର ରତ୍ନଭଣ୍ଡାରର 90ଟି ପଥର ବଦଳାଇଯାଇପାରେ । କମ୍ ସମୟ ଥିବାରୁ ପ୍ରତିଦିନ 3ଟି ସିଫ୍ଟରେ କାମ କରିବେ ବିଶେଷଜ୍ଞ ।
ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ASI, ପୁରୀ ମଣ୍ଡଳ କର୍ତ୍ତୃପକ୍ଷ ଏବଂ ସେବକ ନିଯୋଗଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ଆଲୋଚନା ହୋଇଥିଲା । ଗୁରୁତ୍ବପୂର୍ଣ୍ଣ ନୀତିକାନ୍ତି ଦୃଷ୍ଟିରୁ ଗତ ଏପ୍ରିଲ୍ ୨୯ ତାରିଖରୁ ରତ୍ନଭଣ୍ଡାର କାର୍ଯ୍ୟ ସ୍ଥଗିତ ଥିଲା ।
ଏ ବର୍ଷ ଗର୍ଭଗୃହରେ କନକ ମୁଣ୍ଡି ଉପରେ ରହିଥିବା ପୁରୁଣା କାଠଫ୍ରେମ୍ ଜାଲି ବଦଳ କରାଯିବ । ଏହା ବଦଳରେ ସେହି ଯାଗାରେ ଷ୍ଟେନଲେସ୍ ଷ୍ଟିଲର ଫ୍ରେମ୍ ସହିତ ଜାଲି ସ୍ଥାପନ କରାଯିବ । ସେହିପରି ଜୁନ୍ 29 ତାରିଖ ଦିନ ଶ୍ରୀମନ୍ଦିରର ବାର୍ଷିକ ବୈଷୟିକ ନିରୀକ୍ଷଣ ମଧ୍ୟ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ବୈଷୟିକ କମିଟି ଅଧ୍ୟକ୍ଷ ପ୍ରଫେସର ଏସ୍. କେ. ଭଟ୍ଟାଚାର୍ଯଙ୍କ ନେତୃତ୍ଵରେ ଶ୍ରୀମନ୍ଦିର ପ୍ରଶାସନ, ASI ଏବଂ ପୂର୍ତ୍ତ ବିଭାଗର ମିଳିତ ଟମ୍ ଏହି ନିରୀକ୍ଷଣ କରିବେ ।