ଦ୍ବିତୀୟ ଦିନରେ ରଥଟଣା ଆରମ୍ଭ, ପ୍ରଥମେ ଗଡ଼ିଲା ତାଳଧ୍ବଜ ରଥ

ବଡ଼ଦାଣ୍ଡରେ ଗଡ଼ିଲା ରଥ । ଦ୍ବିତୀୟ ଦିନରେ ରଥଟଣା ଆରମ୍ଭ । ଅଟକିଥିବା ସ୍ଥାନରୁ ଗଡ଼ିଲା ଶ୍ରୀଜିଉଙ୍କ ରଥ ।

ପୁରୀ: ବଡ଼ଦାଣ୍ଡରେ ଗଡ଼ିଲା ରଥ । ଦ୍ବିତୀୟ ଦିନରେ ରଥଟଣା ଆରମ୍ଭ । ଅଟକିଥିବା ସ୍ଥାନରୁ ଗଡ଼ିଲା ଶ୍ରୀଜିଉଙ୍କ ରଥ । ପ୍ରଥମେ ଗଡ଼ିଲା ତାଳଧ୍ବଜ ରଥ । ଏନେଇ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

ଗତକାଲି ଗୁଣ୍ଡିଚା ଯାତ୍ରାରେ ମାତ୍ର 100ମିଟର ଗଡିଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଟଣା । ଶୁକ୍ରବାର ରାତି 7ଟା 46ମିନିଟରେ ନନ୍ଦିଘୋଷ ପାହୁଣ୍ଡେ ଗଡି ଅଟକି ରହିଥିଲା । ପରେ ରଥଟଣାକୁ ବନ୍ଦ କରାଯାଇଥିଲା ।

ତିନି ରଥ ତିନୋଟି ସ୍ଥାନରେ ଅଟକି ରହିଥିଲା । ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଳଗଣ୍ଡି ଛକରେ ଅଟକି ରହିଥିବା ବେଳେ ଦର୍ପଦଳନ ରଥ ମରୀଚିକୋଟ ଛକରେ ରହିଛି । ସେପଟେ ମହାପ୍ରଭୁଙ୍କ ରଥ ନନ୍ଦିଘୋଷ ବଡଦାଣ୍ଡରେ ଅଟକି ରହିିଥିଲା ।