‘ମୁଁ ତାଙ୍କ ଗୋଡ଼ ଧରିଲି, ହେଲେ ସେ ମୋତେ..’, କ’ଣ କ’ଣ ହୋଇଥିଲା ପୀଡ଼ିତା ନିଜେ କଲେ ଖୁଲାସା
କୋଲକତାରେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ, ଘଟଣା ବିଷୟରେ ବଖାଣିଲେ ନିଜେ ପୀଡ଼ିତା
ନୂଆଦିଲ୍ଲୀ: ଦକ୍ଷିଣ କୋଲକାତାରେ ଜଣେ ୨୪ ବର୍ଷର ଆଇନ ଛାତ୍ରୀ ନିଜ ସହ ଘଟିଥିବା ଦୁଷ୍କର୍ମକୁ ନେଇ ଏଫଆଇଆର ଦାଖଲ କରିଛନ୍ତି। ଯାହା ସେ କହିଛନ୍ତି, ତାହା ଖୁବ ଭୟଙ୍କର ଅଟେ। ଏଫଆଇଆର ମୁତାବକ, ସେ ମୋତେ ୟୁନିୟନ ରୁମ ବାହାରକୁ ଡାକିଥିଲେ ଏବଂ କହିଥିଲେ ଯେ, ପ୍ରଥମ ଦିନରୁ ସେ ମୋତେ ପସନ୍ଦ କରୁଛନ୍ତି।
ସେ ଏଫଆଇଆରରେ ଆହୁରି କହିଛନ୍ତି ଯେ, ସେ ନିଜ ଗାର୍ଲଫ୍ରେଣ୍ଡଙ୍କ ପରେ ଯାହାକୁ ପ୍ରେମ କରନ୍ତି, ସେ ହେଉଛି ମୁଁ। ଏମିତି କହି ସେ ମୋତେ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ।
ଏଫଆଇଆର ଅନୁସାରେ, ପୀଡ଼ିତା କହିଛନ୍ତି ଯେ, ସଂଧ୍ୟା ୬ଟା ୧୦ ମିନିଟରେ, ଯେତେବେଳେ ଅନ୍ୟମାନେ ଯିବାକୁ ବାହାରୁଥିଲେ, ସେତିକି ବେଳେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମୋତେ ଟିକେ ସମୟ ରହିବାକୁ କହିଥିଲା।
‘ମୁଁ ତାଙ୍କ ଗୋଡ଼ ଧରିଲି..’: ପୀଡିତାଙ୍କ କହିବା ଅନୁଯାୟୀ, ଯେତେବେଳେ ମୁଁ ୟୁନିଅନ ରୁମ୍ ଛାଡି ବାହାରକୁ ଯାଉଥିଲି, ସେ ଦୁଇ ଜଣ ରୁମମେଟ୍ ଙ୍କୁ “ରୁମ୍ ବାହାରକୁ ଯାଇ ଦ୍ୱାର ବନ୍ଦ କରିବାକୁ” କହିଥିଲେ। ଏହା କିଛି ସେକେଣ୍ଡ ମଧ୍ୟରେ ଘଟିଥିଲା… ସେ ମୋତେ ୱାଶରୁମ୍ ପାଖକୁ ନେଇଗଲେ ଏବଂ ମୋ ସହ ଜୋରଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କଲେ।
ମୁଁ ତାଙ୍କ ଗୋଡ଼ ଧରିଲି କିନ୍ତୁ ସେ ମୋତେ ଛାଡିଲେ ନାହିଁ। ମୁଁ ତାଙ୍କୁ ବାରମ୍ବାର ଅନୁରୋଧ କରିଥିଲି ଯେ, ମୋତେ ଛାଡିଦିଅ, କିନ୍ତୁ ସେ ମୋ କଥା ଶୁଣିନଥିଲେ। ସେ ମୋ ପ୍ରେମିକଙ୍କୁ ହତ୍ୟା କରିବାକୁ ଏବଂ ମୋ ବାପା-ମାଙ୍କୁ ଗିରଫ କରିବାକୁ ଧମକ ଦେଇଥିଲେ। ସେ ମୋତେ ବାରମ୍ବାର ଧମକ ଦେଇଥିଲେ ଏବଂ ଆକ୍ରମଣ କରିଥିଲେ ଏବଂ ଏହି ଘଟଣାର ରେକର୍ଡ କରିଥିଲେ ଏବଂ କହିଥିଲେ ଯେ, ସେ ଭିଡିଓ ଭାଇରାଲ କରିଦେବେ।
ତିନି ଜଣ ଗିରଫ: ଗଣଦୁଷ୍କର୍ମ ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ପ୍ରତିଷ୍ଠାନର ବର୍ତ୍ତମାନର ଛାତ୍ର, ଅନ୍ୟ ତୃତୀୟ ଜଣ ପୂର୍ବତନ ଛାତ୍ର। ଅଭିଯୁକ୍ତମାନେ ହେଲେ କଲେଜ କର୍ମଚାରୀ ମନୋଜିତ ମିଶ୍ର (31), ଛାତ୍ର ଜାଇବ ଅହମ୍ମଦ (19) ଏବଂ ପ୍ରମିତ ମୁଖାର୍ଜୀ (20)।
ତିନି ଜଣଙ୍କୁ ଆଲିପୁରର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା ଏବଂ ସେମାନଙ୍କୁ ଜୁଲାଇ 1 ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି। ପୀଡିତାଙ୍କ ଡାକ୍ତରୀ ପରୀକ୍ଷାରେ ଗଣଦୁଷ୍କର୍ମ ହୋଇଥିବା ନିଶ୍ଚିତ ହୋଇଛି।