କାଳିଆର ଡୋରି ଲାଗିଲେ ହେଲା… ନାତି କାନ୍ଧରେ ବସି ବୁଢ଼ୀ ମା’ କଲେ ମହାପ୍ରଭୁଙ୍କ ଦର୍ଶନ
ଜେଜେମା’କୁ ଦର୍ଶନ କରେଇ କାନ୍ଦି ପକାଉଛି ନାତି । ମା’ର ବହୁ ଦିନର ଆଶା ପୂରା କଲା ବୋଲି କହିଲା ନାତି ।
ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଦେଖିବା ପାଇଁ କାହିଁ କେତେଆଡ଼ୁ ଭକ୍ତଙ୍କ ସୁଅ ଛୁଟିଛି ଶ୍ରୀକ୍ଷେତ୍ର ।
ଆଜି ଶ୍ରୀକ୍ଷେତ୍ରରେ ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି । ନାତି କାନ୍ଧରେ ବସି ଜେଜେମା’ ଆସିଛି ଜଗନ୍ନାଥଙ୍କୁ ରଥରେ ଦର୍ଶନ କରିବା ପାଇଁ ।
ଜେଜେମା’ ନାତି କାନ୍ଧରେ ବସି ମହାପ୍ରଭୁଙ୍କ ଦର୍ଶନ କରୁଥିବାବେଳେ ନାତି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ । ନାତି କାନ୍ଧରେ ଜେଜେମା’ ଦର୍ଶନ କରି ବେଶ୍ ଆନନ୍ଦିତ ହୋଇଛନ୍ତି ।
ନାତିଙ୍କ କାର୍ଯ୍ୟକୁ ନେଇ ଅନେକେ ପ୍ରଶଂସା କରିଛନ୍ତି । ବାପା, ମା’ଙ୍କ ମୃତ୍ୟୁ ହୋଇଯିବା କାରଣରୁ ସେମାନଙ୍କୁ ଜଗା ଦର୍ଶନ କରାଇ ନ ପାରିଥିବାରୁ ଏବେ ଜେଜେ ମା’ଙ୍କ ଆଶା ପୂରା କରିଥିବା କଥା ନାତି କହିଛନ୍ତି।
ଗହଳି ଭିତରେ ବୁଢ଼ି ମା’କୁ କାନ୍ଧରେ ବୋହି ଆଣି ମହାପ୍ରଭୁଙ୍କ ଦର୍ଶନ କରାଇବାକୁ ନେଇ ନାତି ବେଶ୍ ଖୁସି ଥିବା କହିଛନ୍ତି ।
ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ଏକତ୍ରିତ ହୋଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ଟିକଟ ପାଇଁ ବର୍ଷକୁ ଥରେ ବିଶ୍ୱର ସବୁଠାରୁ ବଡ଼ ଦାଣ୍ଡରେ ଏମିତି ଭିଡ଼ ଦେଖିବାକୁ ମିଳେ ।