ପିପିଲିରେ ଆମ ବସ୍ ଧକ୍କାରେ ୩ ଯୁବତୀଙ୍କ ମୃତ୍ୟୁ ଘଟଣା, ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପିପିଲି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

ଭୁବନେଶ୍ବର: ରଥଯାତ୍ରା ଦେଖିବାକୁ ଯିବା ସମୟରେ ପିପିଲି ନିକଟରେ ଏକ ଦୁଃଖଦ ଘଟଣା ଘଟିଯାଇଥିଲା । ଆମ ବସ ମାଡିଯିବାରୁ ତିନିଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ବର୍ତ୍ତମାନ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ପ୍ରତି ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ପିପିଲି ଥାନା ଅଧୀନ ତରାକାଜ ନିକଟରେ ସ୍କୁଟିରେ 3ଜଣ ଯୁବତୀ ଯାଉଥିବା ବେଳେ ତାଙ୍କ ଉପରେ ଆମ ବସ୍ ଚଢ଼ାଇ ଦେଇଥିଲା । ସେମାନଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ହେଲେ ପିପିଲିଠାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ରିମିଝିମି ପ୍ରିୟଦର୍ଶିନୀ ସାହୁ, ଏଲିନା ଦାସ ଓ କାଜଲ ଦାସ ପ୍ରାଣ ହରାଇଥିଲେ । ଏହି ଘଟଣା ଆଜି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।

ଆମ ବସ ଦୁର୍ଘଟଣାରେ ପ୍ରାଣ ଯିବା ଏହା ପ୍ରଥମ ଘଟଣା ନୁହେଁ ବରଂ ଅନେକ ଥର ଏପରି ଅନେକ ଜୀବନ ଯାଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।