ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ୨ ଜୁଲାଇରୁ ଏଜବାଷ୍ଟନରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍ ପାଇଁ ଉଭୟ ଦଲ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି।
ଲିଡ୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ୫ ଓ୍ୱିକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏପରି ପରିସ୍ଥିତିରେ ଏବେ ଭାରତୀୟ ଦଳ ଯେକୌଣସି ମୂଲ୍ୟରେ ଦ୍ୱିତୀୟ ମ୍ୟାଚ୍ ଜିତି ପୁଣି ନିଜ ସ୍ଥାନକୁ ଫେରିବାକୁ ପଡ଼ିବ।
ହେଲେ ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ପାଖରେ ବିରାଟ କୋହଲିଙ୍କ ଏକ ବିଶେଷ ରେକର୍ଡ ଭାଙ୍ଗିବାର ସୁଯୋଗ ରହିବ।
ବିରାଟ ଏଜବାଷ୍ଟନରେ ଜଣେ ଭାରତୀୟ ଖେଳାଳି ଭାବରେ ଟେଷ୍ଟ ଫର୍ମାଟରେ ସର୍ବାଧିକ ରନ କରିଛନ୍ତି ଏବଂ ପନ୍ତଙ୍କ ପାଖରେ ଏହି ରେକର୍ଡ ଭାଙ୍ଗିବାର ସୁଯୋଗ ରହିବ।
କ’ଣ ରେକର୍ଡ ଭାଙ୍ଗିପାରିବେ ପନ୍ତ: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ଏଜବାଷ୍ଟନ ଗ୍ରାଉଣ୍ଡରେ କେବଳ ୨ଟି ମ୍ୟାଚ୍ ଖେଳିପାରିଛନ୍ତି। ସେହି ଦୁଇଟି ମ୍ୟାଚ୍ ର ଚାରି ଇନିଂସରେ ବିରାଟ ୨୩୧ ରନ୍ କରିଛନ୍ତି।
ଏହି ସମୟରେ ତାଙ୍କର ହାର ୫୭.୭୫ ରହିଛି। ଏହି ଗ୍ରାଉଣ୍ଡରେ ବିରାଟଙ୍କ ସର୍ବାଧିକ ସ୍କୋର ୧୪୯ ରହିଛି। ଯାହା ସେ ୨୦୧୮ରେ କରିଥିଲେ।
ଅନ୍ୟପକ୍ଷରେ, ରିଷଭ ପନ୍ତଙ୍କ ବିଷୟରେ କହିବାକୁ ଗଲେ, ସେ ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ କେବଳ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେହି ଗୋଟିଏ ଟେଷ୍ଟ ମ୍ୟାଚ୍ ର ଉଭୟ ଇନିଂସରେ ପନ୍ତ ୧୦୧.୫୦ ହାରରେ ୨୦୩ ରନ୍ କରିଛନ୍ତି।
ପନ୍ତ ଏହି ଗ୍ରାଉଣ୍ଡରେ ଏକ ଶତକ ମଧ୍ୟ କରିଛନ୍ତି ଏବଂ ତାଙ୍କର ସର୍ବାଧିକ ସ୍କୋର ୧୪୬ ରନ୍। ଏହି ଗ୍ରାଉଣ୍ଡରେ ଭାରତୀୟ ବ୍ୟାଟସମ୍ୟାନ୍ ଭାବରେ ସର୍ବାଧିକ ରନ୍ କରିବା ମାମଲାରେ ପନ୍ତ ବିରାଟଙ୍କଠାରୁ ମାତ୍ର ୨୮ ରନ୍ ପଛରେ ଅଛନ୍ତି। ସେ ଆଗାମୀ ଟେଷ୍ଟ ମ୍ୟାଚ୍ ରେ ବିରାଟ କୋହଲିଙ୍କ ଏହି ରେକର୍ଡ ଭାଙ୍ଗି ପାରନ୍ତି ବୋଲି ଆଶା କରାଯାଉଛି।
ରିଷଭଙ୍କ ଚମତ୍କାର ପ୍ରଦର୍ଶନ: ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ରିଷଭ ପନ୍ତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ସେହି ମ୍ୟାଚ୍ର ଉଭୟ ଇନିଂସରେ ଶତକ ହାସଲ କରିଥିଲେ।
ପ୍ରଥମ ଇନିଂସରେ ସେ ୧୩୪ ରନ୍ କରିଥିଲେ, ଯେତେବେଳେ ଦ୍ୱିତୀୟ ଇନିଂସରେ ୧୧୮ ରନ୍ କରିବା ପରେ ସେ ଆଉଟ୍ ହୋଇଥିଲେ।
ଯଦି ଟିମ୍ ଇଣ୍ଡିଆକୁ ଏଜବାଷ୍ଟନ୍ ଟେଷ୍ଟ ମ୍ୟାଚ୍ ଜିତିବାକୁ ହୁଏ, ତେବେ ପନ୍ତଙ୍କୁ ସେଠାରେ ମଧ୍ୟ ସମାନ ପ୍ରଦର୍ଶନ କରିବାକୁ ପଡିବ। ଏବେ ଦେଖିବାକୁ ବାକି ରହିଲା ଯେ ସେ ସିରିଜର ବାକି ମ୍ୟାଚ୍ଗୁଡ଼ିକରେ ଏହି ଫର୍ମ ଜାରି ରଖିପାରିବେ କି ନାହିଁ।