ମାଙ୍କଡ ସହିତ ହୋଇଗଲା ଝଗଡ଼ା, ସୁପରଷ୍ଟାରଙ୍କ ଜୀବନ ବଞ୍ଚାଇବା ପାଇଁ ଚଳନ୍ତା କାରରୁ ଡେଇଁଲେ ଅଜୟ ଦେବଗନ

ମାଙ୍କଡ ସହିତ ଝଗଡ଼ା ସୁପରଷ୍ଟାରଙ୍କୁ ପଡିଲା ଭାରି

ଓଡିଶା ଭାସ୍କର: ଜୀବନ ବଞ୍ଚାଇବା ପାଇଁ ଚଳନ୍ତା ଗାଡ଼ିରୁ ଡେଇଁଲେ ଅଜୟ ଦେବଗନ, ସେ ପୁଣି ଆଉ କାହାଠାରୁ ନୁହେଁ ବରଂ ଗୋଟିଏ ମାଙ୍କଡ ଠାରୁ। ଆପଣ ଅନେକ ହିନ୍ଦୀ ଫିଲ୍ମରେ କୁକୁର, ବିଲେଇ, ମାଙ୍କଡ ଏହିପରି ଅନେକ ପ୍ରାଣୀ ଅଭିନୟ କରିଥିବା ଦେଖିଥିବେ। ସେଥିରେ ଏପରି କିଛି ଘଟଣା ଘଟିଥାଏ ଯାହା ଆପଣଙ୍କର ସବୁଦିନ ପାଇଁ ମାନେ ରହିଯାଇଥାଏ।

ସେହିପରି ଏକ ଘଟଣା ବିଷୟରେ ସୁପରଷ୍ଟାର ଅଜୟ ଦେବଗନ ଲଲାଣ୍ଟପକୁ ଏକ ସାମ୍ପ୍ରତିକ ସାକ୍ଷାତକାରରେ କହିଛନ୍ତି। ସେ କହିଛନ୍ତି ଯେ, ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଇଶ୍କ’ର ସୁଟିଂ ସମୟରେ ମାଙ୍କଡ଼ ଗାଡ଼ି ଚଲାଉଥିଲା।

ଅଜୟ ଦେବଗନ ଏବଂ ଆମିର ଖାନ ଗାଡ଼ିର ପଛ ସିଟରେ ବସିଥିଲେ। ଆମିର ଖାନ ମାଙ୍କଡ ସହ ମଜା କରିବାକୁ ଯାଇ ପାଖରେ ଥିବା ପାଣି ସ୍ପ୍ରେ ସାହାଯ୍ୟରେ ମାଙ୍କଡ଼ର କାନରେ ପାଣି ପୁରାଇଦେଲେ।

ପାଣି ସ୍ପ୍ରେ ହେବା ମାତ୍ରେ ମାଙ୍କଡ ପଛକୁ ଫେରି ଆମିର ଖାନଙ୍କୁ ଚାହିଁଲା। ତା ପରେ ଅଜୟ ଦେବଗନ ତାଙ୍କୁ ମଜା କରିବାକୁ ବାରଣ କରିଥିଲେ।

ଆମିର ଖାନ କହିଥିଲେ ଯେ ମାଙ୍କଡ଼ ଷ୍ଟିଅରିଂ ଉପରେ ଥିଲା। ଯେତେବେଳେ ଇନ୍ଦୁ ଆକ୍ସନ୍ କହିଲେ, ମାଙ୍କଡ଼ଟି ମୋ ଉପରେ ଆକ୍ରମଣ କଲା। କିନ୍ତୁ ତା’ପରେ ଅଜୟ ଦେବଗନ୍ ଗାଡ଼ିରୁ ଓହ୍ଲାଇ ଆମିର ଖାନଙ୍କୁ ଟାଣି ଆଣି ତାଙ୍କୁ ରକ୍ଷା କରିଥିଲେ।