ସାବଧାନ! ଡାଇବେଟିସ ରୋଗୀଙ୍କ ପାଇଁ ବର୍ଷା ହୋଇପାରେ ବଡ ସମସ୍ୟା

ବର୍ଷାଠାରୁ ଡାଇବେଟିସ ରୋଗୀ ଯଥାସମ୍ଭବ ଦୁରେଇ ରହିବା ଉଚିତ, ନହେଲେ ହୋଇପାରେ ବଡ ଅସୁବିଧା

ଓଡିଶା ଭାସ୍କର: ଡାଇବେଟିସ ରୋଗୀଙ୍କ ପାଇଁ ବର୍ଷା ସାଜିପାରେ କାଳ। ଆଜ୍ଞା ହଁ, ଏହି ମୌସୁମୀ ମଧୁମେହ ରୋଗୀଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଂ ହୋଇପାରେ। ତେଣୁ, ମଧୁମେହ ପୀଡିତ ଲୋକଙ୍କୁ ବର୍ଷା ସମୟରେ ସତର୍କ ରହିବା ନିହାତି ଆବଶ୍ୟକ।

ଋତୁକାଳୀନ ଏବଂ ଭାଇରାଲ୍ ସଂକ୍ରମଣର ବିପଦ ବୃଦ୍ଧି ବ୍ୟତୀତ, ମୌସୁମୀ ସମୟରେ ଦୈନନ୍ଦିନ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୁଏ। ଅନେକ ସମୟରେ, ଏହି ଋତୁରେ ସକାଳ ଏବଂ ସନ୍ଧ୍ୟା ଚାଲିବା, ସଫା କରିବା କିମ୍ବା ଅଲଗା କାମ ମଧ୍ୟ ପ୍ରଭାବିତ ହୁଏ। ଏହି ଋତୁରେ ମଧୁମେହ ରୋଗୀ ଯଥାସମ୍ଭବ ଘରେ ବା ଶୁଖିଲାର ରହିବାକୁ ଚେଷ୍ଟା କରିବା ଦରକାର।

ନୋଏଡାର କୈଳାସ ହସ୍ପିଟାଲର ଆଭ୍ୟନ୍ତରୀଣ ଔଷଧ ଡାକ୍ତର ସଞ୍ଜୟ ମହାଜନ କହିଛନ୍ତି, ‘ମୌସୁମୀ ଋତୁରେ ଫ୍ଲୁ ଏବଂ ଜଳବାହିତ ରୋଗ ଭଳି ସଂକ୍ରମଣର ଆଶଙ୍କା ବଢ଼ିଯାଏ, ଯାହା ମଧୁମେହ ପୀଡିତ ଲୋକଙ୍କ ପାଇଁ ବହୁତ ସମସ୍ୟା ସୃଷ୍ଟି କରିପାରେ।

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେତୁ, ଆବଶ୍ୟକୀୟ ପଦକ୍ଷେପ ନେବା ଏବଂ ଡାଇବେଟିସ ନିୟନ୍ତ୍ରଣ ଉପରେ ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ସେଥିପାଇଁ ଏପରି ବ୍ୟକ୍ତିମାନେ ନିଜ ଖାଦ୍ୟରେ ପୁଷ୍ଟିକର ଆବଶ୍ୟକତା ପ୍ରତି ଯତ୍ନ ନେବା ଉଚିତ।

ମୌସୁମୀ ଋତୁରେ ମଧୁମେହକୁ କିପରି ନିୟନ୍ତ୍ରଣ କରିବେ? ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଖାଦ୍ୟ ଖାଇବା ଉଚିତ। ଲୋକମାନେ ବର୍ଷା ସମୟରେ ରାସ୍ତା କଡର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, କିନ୍ତୁ ଏହି ଖାଦ୍ୟ ଦେହ ପାଇଁ ବହୁତ ଖରାପ ହୋଇଥାଏ।

ତେଣୁ ଘର ତିଆରି ଖାଦ୍ୟ, ଆଣ୍ଟିଅକ୍ସିଡାଣ୍ଟଯୁକ୍ତ ଖାଦ୍ୟ, ପାଚିଲା ପନିପରିବା ଖାଇବା ଆବଶ୍ୟକ ଏବଂ ଖାଇବା ପୂର୍ବରୁ ଫଳ ଏବଂ ପନିପରିବାକୁ ଭଲ ଭାବରେ ଧୋଇବାକୁ ଯେମିତି ନଭୁଲନ୍ତି।

ପାଦର ବିଶେଷ ଯତ୍ନ ନିଅନ୍ତୁ- ମଧୁମେହ ରୋଗୀମାନେ ଏହି ସମୟରେ ସେମାନଙ୍କ ପାଦକୁ ବିଶେଷ ଯତ୍ନ ନେବା ଉଚିତ। ପାଦ ଓଦା ହେଲେ ଫଙ୍ଗାଲ୍ ସଂକ୍ରମଣର ଆଶଙ୍କା ବଢ଼ିପାରେ। ତେଣୁ ପାଦକୁ ଶୁଖିଲା ରଖିବା ଉଚିତ।

ନିୟମିତ ଭାବରେ ଡାଇବେଟିସ ଯାଞ୍ଚ କରନ୍ତୁ

ଘରେ ବ୍ୟାୟାମ କରନ୍ତୁ

ପ୍ରଚୁର ପାଣି ପିଅନ୍ତୁ ଏବଂ ହାଇଡ୍ରେଟେଡ୍ ରୁହନ୍ତୁ