ପୁଣି ରାଜଧାନୀରେ ଲଜ୍ଜା, ଘର ପାଖରେ ରହୁଥିବା ୨ ବର୍ଷର ଝିଅକୁ ଝୁଣି ଖାଇଗଲା ପିଶାଚ ପଡ଼ୋଶୀ
ରାଜଧାନୀରେ ପୁଣି ୨ ବର୍ଷର ନାବାଳିକାକୁ ରେପ୍।
ନୂଆଦିଲ୍ଲୀ: ପୁଣି ରାଜଧାନୀରେ ଲଜ୍ଜା। ଜଣେ ୨ ବର୍ଷର ନିବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ। ଘରେ ମାଆ ନଥିବା ବେଳେ ନିରିହ ଝିଅଟିକୁ ତାଙ୍କର ଜଣେ ପଡ଼ୋଶୀ ଦୁଷ୍କର୍ମ କରିଥିବା ଥାନାରେ ମାମଲା ହୋଇଛି।
ଘଟଣାଟି ଗତ ଶୁକ୍ରବାରର ବୋଲି ଜଣାପଡିଛି। ଉତ୍ତର ଦିଲ୍ଲୀର ବାୱାନା ଅଞ୍ଚଳରେ ଜଣେ ଦୁଇ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ଅଭିଯୋଗ ଅନୁସାରେ, ଯେତେବେଳେ ମା’ ଜଣଙ୍କ ବାହାରୁ ଘରକୁ ଫେରିଲେ, ସେତେବେଳେ ସାନ ଝିଅକୁ କାନ୍ଦୁଥିବାର ଦେଖିବାକୁ ପାଇଲେ। ତେଣୁ ସେ ତାଙ୍କ ବଡ଼ ଝିଅକୁ ପଚାରିଲେ, ତାପରେ ପୂରା ଘଟଣା ସାମ୍ନାକୁ ଆସିଲା।
ବଡ଼ ଝିଅ କହିଥିଲା କି, ପଡ଼ୋଶୀରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ସାନ ଭଉଣୀଙ୍କୁ ତାଙ୍କ ଘରକୁ ନେଇଯାଇଥିଲେ। ଆଉ ତାପରଠୁ ସେ ଘରକୁ ଫେରିବା ପରଠୁ କାନ୍ଦୁଛି।
ଏହାପରେ ଝିଅକୁ ହସ୍ପିଟାଲକୁ ନିଆଯାଇଥିଲା। ଏବଂ ଡାକ୍ତରଙ୍କ ଟେଷ୍ଟ ରିପୋର୍ଟ ଆସିଲା କି ଝିଅଟିକୁ ଦୁଷ୍କର୍ମ କରାଯାଇଛି। ପରେ ପୋଲିସକୁ ଖବର ଦିଆଯାଇଥିଲା। ବାୱାନା ଥାନାରେ ଏକ ମାମଲା ରୁଜୁ ହୋଇଥିଲା।
ଅଭିଯୋଗ ଆଧାରରେ ପୋଲିସ ସେହିଦିନ ହିଁ ବଳାତ୍କାର ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନର ଧାରା ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରିଥିଲା। ଏବେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।