fbpx

ବର୍ଷା ଦିନେ ଏହି ଖାଦ୍ୟଠୁ ଦୂରେଇ ରୁହନ୍ତୁ ନଚେତ ସମସ୍ୟାରେ ପଡିପାରନ୍ତି !

Advertisement

ଏବେ ବର୍ଷା ଦିନ ଚାଲିଛି। ବର୍ଷା ଦିନେ ବହୁ ଚଟପଟା ଖାଦ୍ୟ ଖାଇବାକୁ ଭଲ ଲାଗିଥାଏ।  ବର୍ଷା ଦିନେ ବହୁ ଜଗି ରଖି ଚଳିବାକୁ ପଡିଥାଏ।କାରଣ ଏହି ଦିନରେ ଅନେକ ପ୍ରକାର ସଂକ୍ରାମକ ରୋଗ ହୋଇଥାଏ। ଖାସ କରି ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ପଡିଥାଏ। ବର୍ଷା ଦିନେ ଏହି ଖାଦ୍ୟ ଖାଇଲେ ଅସୁବିଧାରେ ପଡିପାରନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ।

ବର୍ଷା ଦିନେ ଶାଗରେ ସାଧାରଣତଃ ପୋକ ହୋଇଯାଇଥାଏ।  ତେଣୁ ବର୍ଷା ଦିନେ ଶାଗ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଆଦୌ ହିତକର ନୁହେଁ।

ବର୍ଷା ଦିନେ ପ୍ରାୟ ସମସ୍ତେ ପକୁଡ଼ି, ଆଳୁଚପ୍ ଭଳି ଛଣାଛଣି ଜିନିଷ ଖାଇବାକୁ ଭଲ ପାଆନ୍ତି।କିନ୍ତୁ ବର୍ଷା ଦିନେ ତେଲ ଛଣା ଜିନିଷ ଖାଇଲେ ପେଟ ସହିତ ଜଡ଼ିତ ଅନେକ ସମସ୍ୟା ଦେଖାଦେଇଥାଏ।

ବାସି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। କାରଣ ବର୍ଷା ଦିନେ ବାସି ଖାଦ୍ୟ ଖାଇଲେ ଡାଇରିଆ, ହଜମ ରେ ଅସୁବିଧା ଭଳି ସମସ୍ୟା ଦେଖାଦିଏ।

ସେହିପରି ବର୍ଷା ପାଗରେ ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇ ନଥାଏ।

Get real time updates directly on you device, subscribe now.