ରତ୍ନାକର ସାହୁଙ୍କୁ ବିଧା-ଗୋଇଠା ଘଟଣା: ଆତ୍ମସମର୍ପଣ ପରେ ଜଗନ୍ନାଥ ପ୍ରଧାନ ଗିରଫ, ଲାଗିଛି ୧୧ଟି ଦଫା

ଝାରପଡ଼ା ଜେଲରେ କଟିଲା ଜଗନ୍ନାଥ ପ୍ରଧାନଙ୍କ ରାତି ।

ଭୁବନେଶ୍ବର: ଜୁନ୍ ୩୦ରେ BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜେଲ୍ ଗଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଡିସିପି ଅଫିସରେ ଆତ୍ମସମର୍ପଣ କରିବା ପରେ ପୋଲିସ ଗିରଫ କରିଛି ।

ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଷଷ୍ଠ ଅଭିଯୁକ୍ତ ଭାବେ ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି । ପ୍ରକାଶଥାଉକି, କାଲି ରାତିରେ ଜଗନ୍ନାଥ ପ୍ରଧାନ ଡିସିପି ଅଫିସ ଆସିଥିଲେ । ଗିରଫ ଯଦି ସମସ୍ୟାର ସମାଧାନ ତାହେଲେ ସହଯୋଗ କରିବି ବୋଲି କହି ଅଫିସ ଭିତରକୁ ଯାଇଥିଲେ ।

ଝାରପଡ଼ା ଜେଲରେ ଜଗନ୍ନାଥ ପ୍ରଧାନ- ଏହାପରେ ବିଜେପି କର୍ମୀ ରାସ୍ତା ଅବରୋଧ କରିବା ସହିତ ରାଜରାସ୍ତାରେ ଧାରଣା ଦେଇଥିଲେ । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜଗନ୍ନାଥ ପ୍ରଧାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜଗନ୍ନାଥ ପ୍ରଧାନଙ୍କ ଜାମିନ ନାମଞ୍ଜୁର ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଜଗନ୍ନାଥ ପ୍ରଧାନ ।

ତେବେ ଏହା ପରେ ଜଗନ୍ନାଥଙ୍କ ଓକିଲଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେସନ୍ସ କୋର୍ଟକୁ ଯିବୁ କହିଲେ ଜଗନ୍ନାଥ ପ୍ରଧାନଙ୍କ ଓକିଲ ।

11 ଦଫା- ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ୧୧ଟି ଦଫା ଲାଗିଛି । ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଦଫା- ୩୩୩ ଓ ୧୩୨ ଲାଗିଛି -ଏହା ସହ ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ୧୯୦/୩(୫) ଦଫା ମଧ୍ୟ ଲାଗିଛି ।