ଘୋର କାଳିକାଳ: ରାମ ମନ୍ଦିରରୁ ଦାନ ହୁଣ୍ଡି ନେଇଗଲେ ୩ ଦୁର୍ବୃତ୍ତ

ରାମ ମନ୍ଦିରରୁ ଦାନ ହୁଣ୍ଡି ଲୁଟ୍‌

ପୁରୀ: ଆଜିକାଲି ଚୋରି ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ବୃତ୍ତମାନେ ଘରେ ଚୋରି କରିବା, ରାସ୍ତାରେ ଲୋକଙ୍କଠୁ ଡକାୟତି କରିବା ସହ ମନ୍ଦିରରେ ଠାକୁରଙ୍କ ଟଙ୍କାଙ୍କୁ ମଧ୍ୟ ଛାଡ଼ୁନାହାନ୍ତି।

ତେବେ ଏହାରି ମଧ୍ୟରେ ବର୍ତ୍ତମାନ ଏପରି ଏକ ମନ୍ଦିରରୁ ଡକାୟତମାନେ ଚୋରି କରିଛନ୍ତି। ପୁରୀ ରାମ ମନ୍ଦିରରୁ ଦାନ ହୁଣ୍ଡିକୁ ନେଇଯାଇଛନ୍ତି ୩ ଦୁର୍ବୃତ୍ତ। ରେଳ ଷ୍ଟେସନ ନିକଟ ରାମ ମନ୍ଦିରରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି ସମୁଦ୍ରକୂଳ ପୋଲିସ।

କିଛିଦିନ ତଳେ ଖବର ଆସିଥିଲା ଯେ, ଏଟିଏମ ତାଡି ଟଙ୍କା ନେଇଯାଉଛନ୍ତି ଦୁର୍ବୃତ୍ତ। ସିସିଟିଭି କ୍ୟାମେରାରେ ସ୍ପ୍ରେ ମାରି ଟଙ୍କା ଲୁଟୁଛନ୍ତି ଦୁବୃର୍ତ୍ତ। ଏହି ଘଟଣା ପ୍ରଥମ ନୁହେଁ ଯେ, ମନ୍ଦିର ହୁଣ୍ଡି ଚୋରି ହୋଇଛି। ଏମିତି ଅନେକ ଘଟଣା ଘଟିଛି, ଯେଉଁଥିରେ ଚୋରମାନେ ମନ୍ଦିରରୁ ଠାକୁରଙ୍କ ଟଙ୍କା ସହ ସୁନା ଗହଣା ମଧ୍ୟ ଚୋରି କରିଛନ୍ତି।