fbpx

କରୋନା ଭାଇରସ୍: ବୟସ୍କ ଲୋକଙ୍କ ଯତ୍ନ ନେବା ଜରୁରୀ

ନୂଆଦିଲ୍ଲୀ, ୪ା୮: ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । ଦେଶରେ ଆଜି ଯାଏଁ ୨କୋଟିରୁ ଅଧିକ ନମୁନା ପରୀକ୍ଷା ହୋଇସାରିଛି ବୋଲି ସେହି ସମ୍ମିଳନୀରେ ସୂଚନା ଦିଆଯାଇଛି । ଗତ ୨୪ଘଣ୍ଟାରେ ୬ଲକ୍ଷ ୬୦ହଜାର ନମୁନା ପରୀକ୍ଷା କରାଯାଇଛି । ଏବେ ସୁଦ୍ଧା ଦେଶରେ କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫,୮୬,୨୯୮ ରହିଛି । ଏହାସହ ଦେଶରେ ୫୦ପ୍ରତିଶତ ୬୦ବର୍ଷରୁ ଅଧିକ ବର୍ଷର ଲୋକଙ୍କ ମୃତ୍ୟୁ ହୋଇଛି । ତେଣୁ ଦେଶରେ ଥିବା ବୟସ୍କ ଲୋକଙ୍କ ଯତ୍ନ ନେବା ଜରୁରୀ । ସେହିପରି କରୋନାରେ ୩୭ପ୍ରତିଶତ ୪୫ରୁ ୬୦ବର୍ଷର ବୟସର ଲୋକଙ୍କର ମୃତ୍ୟୁ ହୋଇଛି ।

ଏବେ ସୁଦ୍ଧା ଦେଶରେ ୧୮,୫୪,୯୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨,୩୦,୫୦୯ଜଣ ସୁସ୍ଥ ହୋଇଛନ୍ତି ଓ ୩୮,୯୩୮ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.