ନୂଆଦିଲ୍ଲୀ: ଏହି ଦୁନିଆରେ କେବଳ ମଣିଷ ନୁହଁନ୍ତି ଅନେକ ଜୀବଜନ୍ତୁ, କୀଟପତଙ୍ଗ ମଧ୍ୟ ବାସ କରନ୍ତି। ଆଉ ସେହିଭଳି କିଛି ପ୍ରାଣୀ ଓ କୀଟପତଙ୍ଗ ଅଛନ୍ତି ଯାହା ବିଷୟରେ ସମସ୍ତେ ଜାଣନ୍ତି ନାହିଁ।
କିଛି ପ୍ରାଣୀ ଓ କୀଟପତଙ୍ଗ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦେଖାଯାଆନ୍ତି। ସିକିମ୍ ବୁଲିବାକୁ ଯାଇଥିବା ଜଣେ ବ୍ୟକ୍ତି ଏହିଭଳି କିଛି ମୂଲ୍ୟବାନ୍ କୀଟ ସମ୍ପର୍କରେ ସୂଚନା ଦେଇଛନ୍ତି। ଯାହାର ଦାମ୍ କୋଟି କୋଟି ଟଙ୍କା।
ଆଶ୍ଚର୍ଯ୍ୟକର କଥା: ତେବେ ଉକ୍ତ ବ୍ୟକ୍ତି ଜଣକ ସିକିମ୍ ବୁଲିବାକୁ ଯାଇଥିବା ସମୟରେ ଏକ ପୋକ ଦେଖିଥିଲେ। ଯାହାକୁ ସେ ଏକ ସାଧାରଣ ପୋକ ବୋଲି ଭାବିଥିଲେ।
ହେଲେ ସେଠାକାର ଜଣେ ଲୋକ ତାଙ୍କର ଏହି ଭ୍ରମକୁ ଦୂର କଲେ। ଯାହାକୁ ଶୁଣି ଯାତ୍ରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ କଥା ଟି ହିଁ ସେମିତି। ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି।
ପୋକର ଦାମ୍ କୋଟି କୋଟି ଟଙ୍କା: ଏହି ବ୍ୟକ୍ତି ଜଣକ ଏକ ଭିଡ଼ିଓ ମଧ୍ୟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ‘ମୁଁ ସିକିମ ବୁଲି ଯାଉଥିଲି ଏବଂ ବୁଲିବା ସମୟରେ ମୁଁ ଏକ କୀଟ ଦେଖିଲି।
ମୁଁ କହିଲି ଯେ ଏହା ଏକ ପୋକ ଏବଂ ତା’ପରେ ଜଣେ ସ୍ଥାନୀୟ ଭାଇ କହିଥିଲେ ଯେ ଏହା ଏକ ସାଧାରଣ ପୋକ ନୁହେଁ। ଏହା ଏକ ହରିଣ ପୋକ।’
ପରେ ବ୍ୟକ୍ତି ଜଣକ ଏହି ପୋକ ବିଷୟରେ ଗୁଗୁଲରୁ ସର୍ଚ୍ଚ କରିବାକୁ ଲାଗିଲେ। ଆଉ ଜାଣିବାକୁ ପାଇଲେ କି ଏହି ଗୋଟିଏ ପୋକର ଦାମ୍ ଅନେକ। କହିବାକୁ ଗଲେ ଗୋଟେ ପୋକ ବିକ୍ରି କଲେ ଦୁଇଟି ଫର୍ଚ୍ୟୁନର କାର୍ କିଣିପାରିବେ।
ଭିଡ଼ିଓ ଭାଇରାଲ: ଭିଡ଼ିଓଟି ଯେଉଁ ଆକାଉଣ୍ଟରେ ଛଡ଼ାଯାଇଛି ସେହି ଇନଷ୍ଟାଗ୍ରାମ ଆକାଉଣ୍ଟଟି monkeyxmagic ନାମରେ ଚାଲୁଛି। ଏହି ଆକାଉଣ୍ଟରେ ଭିଡ଼ିଓ ପୋଷ୍ଟ ହେବା ମାତ୍ରେ ୫୮ ହଜାରରୁ ଅଧିକ ଲୋକ ଲାଇକ୍ କରିସାରିଛନ୍ତି।