“ଓଡ଼ିଶାରେ ବିଜେପି ନୁହେଁ, ୫ ରୁ ୬ ଜଣ ଶିଳ୍ପପତି ଚଳାଉଛନ୍ତି ସରକାର”

"ଅଦାନୀଙ୍କ ପରିବାର ପାଇଁ ଅଟକିଥିଲା ପୁରୀ ରଥଟଣା"।

ଭୁବନେଶ୍ୱର: ଓଡ଼ିଶାରେ ପାଦ ଦେଉ ଦେଉ ବିଜେପି ସରକାର ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।  ଅନେକ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ୍ ଥିଲା। ଆଉ ସବୁଠାରୁ ବଡ଼ ପ୍ରସଙ୍ଗ ଥିଲା ପୁରୀ ରଥଯାତ୍ରା ଅଘଟଣ।

ଯାହା ଏବେବି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ରଥଯାତ୍ରା ଦିନ ସିଂହଦ୍ୱାର ସମ୍ମୁଖରେ ନନ୍ଦିଘୋଷ ରତ ଅଟକି ରହିଲା। ତା ପରଦିନ ଶିଳ୍ପପତି ଗୌତମ ଅଦାନୀ ଓ ତାଙ୍କ ପରିବାର ଆସି ରଥ ଟାଣିଲେ।

ଏହାକୁ ନିସାନା କରି ରାହୁଲ କହିଲେ ଅଦାନୀଙ୍କ ପରିବାର ପାଇଁ ଏଥର ରଥ ଟଣା ବିଳମ୍ୱ ହେଲା। ଅଦାନୀଙ୍କ ପାଇଁ ରଥକୁ ରୋକାଗଲା।  ଥର ରଥ ଟଣା ବେଳେ ଏକ ଡ୍ରାମା ହେଲା।

ତେଣୁ ଏଥିରୁ ସ୍ପଷ୍ଟ ଏହା ଆପଣଙ୍କ ସରକାର ନୁହେଁ। ଏହା ଅଦାନୀଙ୍କ ଭଳି ୫ରୁ୬ ଉଦ୍ୟୋଗପତିଙ୍କ ସରକାର। ଏମାନଙ୍କ ଲକ୍ଷ୍ୟ ଆପଣଙ୍କ ଜମି ଜଙ୍ଗଲ ଚୋରି କରିବା।

କେବଲ ସେତିକି ନୁହେଁ ରାହୁଲ ଆହୁରି ମଧ୍ୟ କହିଛନ୍ତି, ଆପଣଙ୍କ ଜଙ୍ଗଲ, ଜମି ନେଉଛନ୍ତି ଏମାନେ ହେଲେ କେତେ ଜଣଙ୍କୁ ଚାକିରି ମିଳିଛି। ଓଡ଼ିଶାରେ ୪୦ ହଜାରରୁ ଉର୍ଦ୍ଧ୍ୱ ମହିଳା ଗାଏବ ହୋଇଛନ୍ତି। ଏମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି।

ପ୍ରତିଦିନ ୧୫ ମହିଳାଙ୍କୁ ଦୁଷ୍କର୍ମ ହେଉଛି କିନ୍ତୁ ସରକାର ନୀରବଦ୍ରଷ୍ଟା। ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି।