ପ୍ରେମ କରିବାରୁ ଗାଁ ଦାଣ୍ଡରେ ଭୋଗିଲେ ବଳଦ ଦଣ୍ଡ, ପ୍ରେମୀଯୁଗଳଙ୍କ ବେକରେ ପଡ଼ିଲା ଜୁଆଳି

ପୁଣି ଲଙ୍ଗଳ, ପୁଣି ଲଜ୍ଜା

କୋରାପୁଟ: ରାୟଗଡ଼ା ପରେ କୋରାପୁଟରେ କଙ୍ଗାରୁ କୋର୍ଟ ଦେଖିବାକୁ ମିଳିଛି। ପ୍ରେମ କରିବା ପଡ଼ିଲା ମହଙ୍ଗା। ଏଥିପାଇଁ ଗାଁ ଦାଣ୍ଡରେ ବଦଳ ଦଣ୍ଡ ଭୋଗିଛନ୍ତି ପ୍ରେମୀଯୁଗଳ। ଯୁବକ ଏବଂ ଯୁବତୀଙ୍କ ବେକରେ ଜୁଆଳି ପଡ଼ିବା ନଜର ଆସିଛି।

ଗାଁ ଦାଣ୍ଡରେ ହଳ କରାଇଲେ ଗ୍ରାମବାସୀ। ସୂଚନା ମୁତାବକ, ପ୍ରେମିକ ଜଣକ ସମ୍ପର୍କୀୟ ଭଉଣୀ ସହ ପ୍ରେମ କରିବାରୁ ଦଣ୍ଡ ପାଇଛନ୍ତି। ଏହିଭଳି ଏକ ଘଟଣା ରାୟଗଡ଼ା କଲ୍ୟାଣସିଂହପୁର କଞ୍ଜମଝଡ଼ିରେ ଦେଖିବାକୁ ମିଳିଥିଲା।

ପିୟୁସୀ ଏବଂ ପୁତୁରାଙ୍କ ପ୍ରେମ ସଂପର୍କକୁ ନେଇ ଏଠାରେ ଗ୍ରାମବାସୀ କଙ୍ଗାରୁ କୋର୍ଟ ମାଧ୍ୟମରେ ଦଣ୍ଡ ଦେଇଥିଲେ। ନିର୍ଯାତନା ବର୍ବରତା ସୀମା ଟପିଯାଇଥିଲା।

ଏଠାରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ଯୋଚି ହଳ ବୁଲାଇଥିଲେ ଗାଁ ଲୋକେ। ନିଜ ସଂପର୍କୀୟଙ୍କୁ ବିବାହ ବାରଣ ଥିବାବେଳେ ଉଭୟ ଏହି ନିୟମକୁ ମାନିନଥିଲେ। ଏହି କାରଣ ପାଇଁ ରାୟଗଡ଼ାରେ ପ୍ରେମିଯୁଗଳଙ୍କୁ ଦଣ୍ଡ ଦିଆଯାଇଥିଲା। ବର୍ତ୍ତମାନ ସମାନ ଏକ ଘଟଣା କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି।