ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି, ହଙ୍ଗାମା କଲେ ଯାତ୍ରୀ

ମୁମ୍ବାଇ,୧୩ା୭: ମୁମ୍ବାଇରୁ ଦୁବାଇ ଯାଉଥିବା ଏକ ଅନ୍ତର୍ଜାତୀୟ ସ୍ପାଇସଜେଟର ବିମାନ ଯାନ୍ତ୍ରିକ କାରଣରୁ ବାଧାପ୍ରାପ୍ତ ହୋଇଥିଲା। ରାତି ୧.୫୦ରେ ଦୁବାଇ ଯିବାକୁ ଥିବା ବିମାନ ଏପର୍ଯ୍ୟନ୍ତ ଉଡ଼ାଣ କରିନାହିଁ। ଯାତ୍ରୀମାନଙ୍କୁ ଉଡ଼ାଣ ବିଳମ୍ବ ବିଷୟରେ ଅବଗତ କରାଯାଇଥିଲା, ଯାହା ଫଳରେ ଅନେକ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି କାରଣରୁ ଯାତ୍ରୀମାନଙ୍କୁ ବାହାରକୁ ଯିବାରୁ ବାରଣ କରାଯାଉଛି। ଏହା ପରେ ବିମାନବନ୍ଦରରେ ସ୍ପାଇସ୍‌ଜେଟ୍‌ ବିରୋଧରେ ସ୍ଲୋଗାନ ଦିଆଯାଉଛି।

ଯାତ୍ରୀମାନଙ୍କୁ କୁହାଯାଇଥିଲା ଯେ, ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ରହିଛିା ଯାହା ଯୋଗୁ ବିମାନ ଏପର୍ଯ୍ୟନ୍ତ ଉଡ଼ାଣ କରିପାରିଲା ନାହିଁ। ତେଣୁ ସେମାନଙ୍କୁ ଅଟକା ଯାଉଛି। ବିମାନବନ୍ଦରରେ ସ୍ପାଇସ୍‌ଜେଟର ଏକ ବିମାନର ଯାତ୍ରୀମାନେ ବିମାନ କମ୍ପାନୀ ବିରୋଧରେ ତୀବ୍ର ପ୍ରତିବାଦ କରିଥିଲେ। ଯାତ୍ରୀମାନେ କ୍ରୋଧ ପ୍ରକାଶ କରି କହିଛନ୍ତି ଯେ, ସେମାନଙ୍କୁ ୧୨ ଘଣ୍ଟା ଧରି ବିମାନବନ୍ଦରରେ ଅଟକାଯାଇଛି। ଯାତ୍ରୀମାନେ ବିମାନ କମ୍ପାନୀ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ଜୋରଦାର ସ୍ଲୋଗାନ ଦେଇଥିଲେ। ଲୋକମାନେ ସ୍ପାଇସଜେଟ୍‌ ଚୋର ଚୋର କହି ସ୍ଲୋଗାନ ଦେଇଥିଲେ।