ଓଡିଶା ଭାସ୍କର: ବର୍ଷା ଦିନରେ ସଂକ୍ରମଣ ହେବାର ଆଶଙ୍କା ବେଶୀ ଥାଏ। ତେଣୁ ବର୍ଷାଦିନେ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଇଥାଏ। ବିଶେଷକରି ଗର୍ଭବତୀ ମହିଳାମାନେ ଏହି ଋତୁରେ ଅଧିକ ସତର୍କତାର ସହିତ ରହିବା ଉଚିତ।
ଗର୍ଭବତୀ ମହିଳାମାନେ ଏହିଦିନ ଗୁଡିକରେ କିପରି ନିଜର ଓ ଗର୍ଭସ୍ଥ ଶିଶୁର ଯତ୍ନ ନେବେ ସେନେଇ କିଛି ଟିପ୍ସ ନିମ୍ନରେ ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ସେସବୁ କଣ?
ଡିହାଇଡ୍ରେସନ: ବର୍ଷା ଋତୁରେ ଡିହାଇଡ୍ରେସନ୍ ଏକ ସାଧାରଣ ସମସ୍ୟା, ବିଶେଷକରି ଗର୍ଭବତୀ ମହିଳାମାନଙ୍କ ପାଇଁ। ସେଥିପାଇଁ ଆପଣଙ୍କୁ ନିୟମିତ 2 ରୁ 2.5 ଲିଟର ବିଶୁଦ୍ଧ କିମ୍ବା ଫୁଟା ପାଣି ପିଇବାକୁ ପଡିବ। ଯାହାଦ୍ୱାରା ମୁଣ୍ଡବିନ୍ଧା, ବାନ୍ତି, ଥକ୍କାପଣ ଇତ୍ୟାଦିରୁ ମୁକ୍ତି ମିଳିବ।
ଖାଇବାର ଯତ୍ନ ନେବା: ଏହି ସମୟରେ ଠିକ ଭାବରେ ଖାଇବା ପିଇବାର ଯତ୍ନ ନେବାକୁ ପଡିବ। ପାଳଙ୍ଗ ଏବଂ ବନ୍ଧାକୋବି ପରି ପତ୍ରଯୁକ୍ତ ପନିପରିବା ଖାଇବା ପୂର୍ବରୁ ଏହାକୁ ଭଲଭାବେ ଧୋଇ ସଫା କରିବା ଉଚିତ ଏବଂ ଏହାକୁ ରାନ୍ଧିବା ପୂର୍ବରୁ 30 ମିନିଟ୍ ପାଇଁ ଲୁଣ କିମ୍ବା ଭିନେଗାର ପାଣିରେ ବୁଡ଼ାଇ ମଧ୍ୟ ରଖିପାରିବେ।
ଘରେ ବ୍ୟାୟାମ କରିବା: ବର୍ଷା ସମୟରେ ଆପଣ ଘର ଭିତରେ ବ୍ୟାୟାମ କରିପାରିବେ। ଯାହାଦ୍ୱାରା ଥଣ୍ଡା ଏବଂ କାଶ ଆପଣଙ୍କୁ ସହଜରେ ଛୁଇଁବ ନାହିଁ। ଯୋଗ, ଗର୍ଭାବସ୍ଥା ଜୁମ୍ବା, ଷ୍ଟେପ୍ ଏରୋବିକ୍ସ ଏବଂ ଅନ୍ୟାନ୍ୟ ଘର ଭିତର କାର୍ଯ୍ୟକଳାପ ବର୍ଷା ଋତୁରେ କରିପାରିବେ।
ଗର୍ଭାବସ୍ଥା ଓଜନ ଯୋଗୁଁ ନନ୍-ସ୍ଲିପ୍ ଜୋତା ପିନ୍ଧିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବର୍ଷା ଋତୁରେ ବାହାରକୁ ଯିବା ସମୟରେ ଖସଡ଼ା କାରଣରୁ ବହୁ ସତର୍କତା ଅବଲମ୍ବନ କରି ଯିବା ଉଚିତ। ଯାହାଫଳରେ ଖସିଯିବା କିମ୍ବା ପଡ଼ିଯିବାର ଭୟ ରହିବନି ଏବଂ ଆପଣଙ୍କ ପିଲା ମଧ୍ୟ ଠିକ ରହିବ।
ଏହି ସମୟରେ ଆପଣଙ୍କ ଶିଶୁ ବମ୍ପକୁ ଆରାମ ଦେବା ପାଇଁ ଢିଲା, ହାଲୁକା ପୋଷାକ ପିନ୍ଧିବା ଉଚିତ। ସିନ୍ଥେଟିକ୍ ପୋଷାକ ପିନ୍ଧିଲେ ଫୋଟକା ହେବାର ସମ୍ଭାବନା ଥାଏ।
ପରିଷ୍କାର ପରିଚ୍ଛନ୍ନତା: ଗର୍ଭାବସ୍ଥା ସମୟରେ ପରିଷ୍କାର ପରିଚ୍ଛନ୍ନ ରହିବ ଉଚିତ। ସେଥିପାଇଁ ମୌସୁମୀ ସମୟରେ ଜୀବାଣୁ ସହିତ ଲଢ଼ିବା ପାଇଁ ଆପଣଙ୍କୁ ଦିନକୁ ଅତି କମରେ ଦୁଇଥର ଉଷୁମ ପାଣିରେ ଗାଧୋଇବା ଉଚିତ। ନିୟମିତ ଭାବରେ ଆପଣଙ୍କ ହାତ ଏବଂ ପାଦକୁ ଧୋଇ ସଫା ରଖିବା ଉଚିତ। ଯାହାଦ୍ୱାରା ରୋଗ ବ୍ୟାପିବାର ସମ୍ଭାବନା ନଥାଏ।
ଷ୍ଟ୍ରିଟ୍ ଫୁଡକୁ ନା: ବର୍ଷା ଋତୁରେ ଷ୍ଟ୍ରିଟ୍ ଫୁଡ୍ ଖାଦ୍ୟ ଖାଇବାକୁ ଇଛା ହେଉଥିଲେ ମଧ୍ୟ ଗର୍ଭବତୀ ମହିଳାମାନେ ତାହାକୁ ଖାଇବା ଉଚିତ ନୁହେଁ। ନଚେତ ଏହାଦ୍ୱାରା ଅନେକ ରୋଗ ହେବାର ସମ୍ଭାବନା ଥାଏ। ଯାହାଦ୍ୱାରା ଆପଣଙ୍କ ଛୁଆ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ।
ଘରକୁ ସଫା କରନ୍ତୁ: ଏହି ଋତୁରେ ଘରକୁ ସର୍ବଦା ସଫା ରଖିବା ଉଚିତ। ସନ୍ତସନ୍ତିଆ ପାଗ ଯୋଗୁଁ ଉଇ, ମଶା, ମାଛି ଇତ୍ୟାଦି ବେଶୀ ମାତ୍ରାରେ ଦେଖାଯାଇଥାଏ। ଯାହାଦ୍ୱାରା ରୋଗ ହେବାର ସମ୍ଭାବନା ଥାଏ।
ବର୍ଷାଦିନ ପାଇଁ ଗର୍ଭବତୀ ମହିଳାମାନେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ଥିବା ପୁଷ୍ଟିକ ଆହାର ସହ ଫଳ ଏବଂ ସବୁଜ ପନିପରିବା ଖାଇବା ଉଚିତ । ଏଥିସହ ବିଭିନ୍ନ କିସମର ଶାଗ ମଧ୍ୟ ଖାଇବା ଉଚିତ । ସେହିପରି ମାଛିଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଘୋଡା ଯାଇଥିବା ଅଳ୍ପ ଉଷୁମ ଖାଦ୍ୟ ଖାଇବା ଉଚିତ ।
ମଶାଙ୍କ କବଳରୁ ରକ୍ଷା ପାଇବା ପାଇଁ କୌଣସି ପ୍ରକାର ମଶା ଧୂପ ଏବଂ ଲିକ୍ୱଡ଼ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ସହ କେବଳ ମଶାରୀ ଟାଙ୍ଗି ଶୋଇବା ଉଚିତ ।