ଗୋଲଡେନ୍ ଟେମ୍ପୁଲକୁ ବମ୍‌ରେ ଉଡ଼ାଇଦେବୁ, ଏସଜିପିସିକୁ ଆସିଲା ଧମକପୂର୍ଣ୍ଣ ଇ-ମେଲ

ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ ସମିତି ପୋଲିସ ଏନେଇ ଅଭିଯୋଗ କରିଛନ୍ତି।

ପଞ୍ଜାବ: ଗୋଲଡେନ୍ ଟେମ୍ପୁଲକୁ ବମ୍‌ରେ ଉଡ଼ାଇଦେବୁ। ଏଭଳି କିଛି ଧମକପୂର୍ଣ୍ଣ ଇ-ମେଲ ଆସିଛି। ପଞ୍ଜାବ ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିର ଅର୍ଥାତ ଗୋଲଡେନ୍ ଟେମ୍ପୁଲକୁ ବମ୍‌ରେ ଉଡ଼ାଇଦେବାକୁ ମିଳିଛି।

ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ ସମିତି ପୋଲିସ ଏନେଇ ଅଭିଯୋଗ କରିଛନ୍ତି। ଅମୃତଶରର କମିଶନର ଗୁରୁପ୍ରୀତ ସିଂହ ଭୁଲ୍ଲର କହିଛନ୍ତି ପୋଲିସକୁ ସ୍ୱର୍ଣ୍ଣ ମନ୍ଦିର ବମ୍‌ରେ ଉଡ଼ାଇଦେବାକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏନେଇ ମଧ୍ୟ ଅଭିଯୋଗ କରାଯାଇଛି।

ଏହି ଘଟଣାରେ ଷ୍ଟେଟ କ୍ରାଇମ ଏବଂ ଅନ୍ୟ ଏଜେନ୍ସିକୁ ଏନେଇ ସୂଚନା ଦିଆଯାଇଛି। ପୋଲିସ ସ୍ୱର୍ଣ୍ଣ ମନ୍ଦିର ଉପରେ କଡ଼ା ନଜର ରଖିବା ସହିତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଭଳି ଧମକପୂ୍‌ର୍ଣ୍ଣ ଇ-ମେଲ କିଏ ପଠାଇଛି ସେନେଇ ମଧ୍ୟ ତଦନ୍ତ ଜୋରଦାର କରାଯାଉଛି।

କିଏ ଏଭଳି ଇ-ମେଲ ପଠାଇଛି ତଦନ୍ତ କରାଯାଉଛି। ଜଲଦି ଦୋଷୀକୁ ଧରାଯିବ।

ଅମୃତସର ପୋଲିସର ସୂଚନା ଅନୁଯାୟୀ, ସ୍ୱର୍ଣ୍ଣ ମନ୍ଦିର ପରିସରରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଅଧିକାରୀମାନେ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଉଛି।

ଏହି ସମୟରେ ଅମୃତସର ସାଂସଦ ଗୁରଜିତ ସିଂହ ଆଉଜଲା ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।