BREAKING: ପଞ୍ଚଭୂତରେ ଲୀନ ହେଲେ ସୌମ୍ୟାଶ୍ରୀ, ପଳାସିଆ ଗାଁରେ ଶୋକାକୂଳ ପରିବେଶ

ସୌମ୍ୟାଶ୍ରୀଙ୍କ ମୃତଦେହକୁ ଦେଖି କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପରିବେଶ। ସୌମ୍ୟାଶ୍ରୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଘର ଆଗରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା।

ବାଲେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ସୌମ୍ୟାଶ୍ରୀ। ଗାଁ ଝିଅକୁ ହଜାର ହଜାର ଲୋକ ଶେଷ ବିଦାୟ ଦେଇଛନ୍ତି। ପରିବାରରେ କାନ୍ଦ ବୋବାଳି। ସୌମ୍ୟାଶ୍ରୀଙ୍କ ମୃତଦେହକୁ ଦେଖି କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପରିବେଶ।
ସୌମ୍ୟାଶ୍ରୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଘର ଆଗରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା।

ନାତୁଣୀକୁ ହରାଇ ଜେଜେମା ଆଖିରୁ ଝରିପଡ଼ୁଥିଲା ଲୁହ। ମା’ ଝିଅକୁ ଝୁରି ଝୁରି ପାଗିଳି ହୋଇଯାଉଛନ୍ତିି। ବଢ଼ିଲା ଝିଅକୁ ହରାଇ ମୁକ ପାଲଟିଯାଇଛନ୍ତି ବାପା। ଭଉଣୀକୁ ଝୁରିଛି ଭାଇ।

ମା’ ଏବେବି ବିଶ୍ୱାସ କରିପାରୁନି ତା ଝିଅ ଏହି ଦୁନିଆ ଛାଡ଼ି ଚାଲିଯାଇଛି ବୋଲି। ଅନ୍ତିମ ସଂସ୍କାର ପ୍ରାର୍ଥିବ ଶରୀର ନେବା ବେଳେ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ। ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।

ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ୧୧.୪୬ରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାତାରାତି ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।ଏହି ଦୁଃଖଦ ଘଟଣା ପରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ଦଳର ନେତା ।

ଫକୀର ମୋହନ କଲେଜର ଇଣ୍ଟିଗ୍ରେଟେଡ଼ ବିଇଡି ଛାତ୍ରୀଙ୍କୁ ଅଧ୍ୟାପକ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ ଚାଲିଥିବା ବେଳେ ସମ୍ପୃକ୍ତ ଛାତ୍ରୀ ଜୀବନ ହାରିବା ଉଦ୍ୟମ କରିଥିବା ବେଳେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ଅଭିଯୁକ୍ତ ଅଧ୍ୟାପକ ଏବଂ କଲେଜର ପ୍ରିନ୍ସିପାଲ ଗିରଫ କରିଛି ପୋଲିସ ।