ପ୍ରେମରେ ପଡ଼ିଛନ୍ତି ବଲିଉଡ୍ ବ୍ୟୁଟି କ୍ରିତି, ପ୍ରେମିକଙ୍କ ସହ ବୁଲୁଛନ୍ତି ବିଦେଶ
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ । ଲର୍ଡସ ପଡ଼ିଆରେ ବୁଲୁଛନ୍ତି ପ୍ରେମୀ ଯୁଗଳ ।
ନୂଆଦିଲ୍ଲୀ: ଲର୍ଡସ ଗ୍ରାଉଣ୍ଡରେ ବଲିଉଡ୍ ସୁନ୍ଦରୀ କ୍ରିତି ସନୋନ୍ । ଭାରତ-ଇଂଲଣ୍ଡ ମଧ୍ୟରେ ଜାରିଥିବା ମ୍ୟାଚ୍ ଦେଖିବା ପାଇଁ କ୍ରିତି ପ୍ରେମିକ କବିର ବହିଆଙ୍କ ସହ ମ୍ୟାଚ ଦେଖିବା ପାଇଁ ଯାଇଛନ୍ତି ।
ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କ୍ରିତିଙ୍କ ବୟଫ୍ରେଣ୍ଡକୁ ନେଇ ଯେଉଁ ଗୁଜବ ଚାଲିଥିଲା ତାହା ଏବେ ସତ ପ୍ରମାଣିତ ହୋଇଛି । କାରଣ କ୍ରିତିଙ୍କ ଫଟୋକୁ କବିର ଶେୟାର କରିଛନ୍ତି ।
ଯେଉଁଥିରେ ଦୁହେଁ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ଦୁଇଜଣଯାକ ମ୍ୟାଚିଂ କଲରର ପୋଷାକ ମଧ୍ୟ ପିନ୍ଧିଥିବା ଫଟୋରୁ ଜଣାପଡ଼ୁଛି ।
କ୍ରିତି ଓ କବିର ପରସ୍ପରକୁ ଡେଟ୍ କରିବା ନେଇ ଖବର ଚାରିଆଡେ ଚର୍ଚ୍ଚା ହେଉଥିବାବେଳେ କ୍ରିତି ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।
କବିର ବହିଆ ଜଣେ ବ୍ୟବସାୟୀ । ତାଙ୍କ ବାପା କୁଲଜିନ୍ଦର ବହିଆ ସାଉଥଅଲ୍ ଟ୍ର୍ରାଭେଲର ମାଲିକ । ଏହି ବ୍ୟବସାୟକୁ ଏବେ କବିର ଦେଖାଶୁଣା କରୁଥିବା କୁହାଯାଉଛି ।
ଚଳିତ ବର୍ଷ ଶେଷ ସୁଦ୍ଧା କ୍ରିତିଙ୍କ ବାହାଗର ହେବା ନେଇ ମଧ୍ୟ ଖବର ପ୍ରକାଶ ପାଉଛି । ହେଲେ ଏ ନେଇ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି କ୍ରିତି ।