ପଛରେ ରହିଲା ସ୍ୱାମୀର ଶବ, ଆଗରେ ନାଚିଲା ସ୍ତ୍ରୀ! ସମସ୍ତେ ଦେଖି ଆଶ୍ଚର୍ଯ୍ୟ

ସ୍ୱାମୀର ଶବ ଆଗରେ ନାଚିଲା ସ୍ତ୍ରୀ

ଓଡିଶା ଭାସ୍କର: ପଛରେ ରହିଲା ସ୍ୱାମୀର ଶବ, ଆଗରେ ନାଚିଲା ସ୍ତ୍ରୀ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ପେରୁରେ।

ସାଧାରଣତଃ ସ୍ୱାମୀ ମରିଗଲା ପରେ ସ୍ତ୍ରୀ ମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥାନ୍ତି କିମ୍ବା ଅସହାୟ ହୋଇପଡନ୍ତି। କିନ୍ତୁ ଏଠାରେ
ଦେଖିବାକୁ ମିଳିଛି ଯେ, ସ୍ୱାମୀଙ୍କ ଶବଦାହ ଦିନ ତାଙ୍କ ସ୍ତ୍ରୀ ଶବ ଆଗରେ ନାଚୁଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଯାହାକୁ ଏବେ ପର୍ଯ୍ୟନ୍ତ ୪୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଏହି ଅଜବ ଘଟଣାଟି ଜୁଲାଇ ୬ ତାରିଖରେ ପେରୁରେ ଘଟିଥିଲା, ଯେତେବେଳେ ଜଣେ ମହିଳା ତାଙ୍କ ମୃତ ସ୍ୱାମୀଙ୍କୁ ଶେଷ ବିଦାୟ ଦେବାର ପାରମ୍ପରିକ ପଦ୍ଧତିକୁ ସମ୍ପୂର୍ଣ୍ଣ ଭାବରେ ଅବମାନନା କରିଥିଲେ ଏବଂ ଗୀତ ଲଗେଇ ଶବ ଆଗରେ ନାଚିଥିଲେ।

ଏହି ଆଶ୍ଚର୍ଯ୍ୟଜନକ ଭିଡ଼ିଓ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି। କେହି କେହି ଏହାକୁ ଅପ୍ରାସଙ୍ଗିକ କହୁଥିବାବେଳେ
ଆଉ କିଛି ଲୋକ କହିଛନ୍ତି ଯେ, “ଏପରି ମନେ ହେଉଛି, ମୃତ୍ୟୁବରଣ କରୁଥିବା ବ୍ୟକ୍ତି ମନେ ମନେ ଭାବୁଥିବେ ଦୟାକରି ମୋତେ ଜଲ୍ଦି କବର ଦେଇଦିଅନ୍ତୁ, ମୁଁ ଏସବୁ ଦେଖି ପାରୁନି !”