ରୋଷେଇ ଘରେ ଥିବା ଏହି ଜିନିଷ ହୋଇଥାଆନ୍ତି ସାଇଲେଣ୍ଟ କିଲର! ଜାଣନ୍ତୁ ସେସବୁ କ’ଣ?
ସାଇଲେଣ୍ଟ କିଲର ହୋଇଥାଏ ରୋଷେଇ ଘରେ ଥିବା ଏହି ଜିନିଷ
ଓଡିଶା ଭାସ୍କର: ରୋଷେଇ ଘରେ ଥିବା ଏହି ଜିନିଷଗୁଡ଼ିକ ହୋଇଥାନ୍ତି ସାଇଲେଣ୍ଟ କିଲର। ଏହି ଜିନିଷ ଗୁଡିକ ଆମ ଶରୀରକୁ ସିଧା ସଳଖ କ୍ଷତି ପହଞ୍ଚାଉନଥିଲେ ବି ଧୀରେ ଧୀରେ ଆମ ଶରୀରରେ ରୋଗର ଘର ତିଆରି କରିଦିଅନ୍ତି। ତେବେ ସେହି ଜିନିଷ ସବୁ କଣ ଆସନ୍ତୁ ଜାଣିବା।
ଆମ ରୋଷେଇ ଘରେ କିଛି ଜିନିଷ ରଖାଯାଇଛି ଯାହା ଖାଦ୍ୟର ସ୍ୱାଦକୁ ତ ବଢ଼ାଇଥାଏ କିନ୍ତୁ ଏହା ଧୀରେ ଧୀରେ ଆମ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଏହି ଛୋଟ ଛୋଟ ଜିନିଷଗୁଡ଼ିକ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟକୁ ଖରାପ କରିନଥିଲେ ମଧ୍ୟ ଧୀରେ ଧୀରେ ଶରୀରରେ ଏଗୁଡ଼ିକ ବିଷ ପରି ବ୍ୟାପିଯାଏ।
ସାଇଲେଣ୍ଟ କିଲର ଭାବେ ରୋଷେଇ ଘରେ ରଖାଯାଇଥିବା 4ଟି ଜିନିଷ:
୧. ରିଫାଇନ୍ ତେଲ: ସାଧାରଣତଃ, ସମସ୍ତଙ୍କ ଘରେ ରିଫାଇନ୍ ତେଲ ବ୍ୟବହାର କରାଯାଏ। ପକୋଡ଼ା ଭାଜି ହେଉ କିମ୍ବା ତରକାରୀ, ସବୁଥିରେ ରିଫାଇନ୍ ତେଲ ବ୍ୟବହାର କରାଯାଏ। କିଛି ଲୋକ ବିଶ୍ୱାସ କରନ୍ତି ଯେ ରିଫାଇନ୍ ତେଲ ସ୍ୱାସ୍ଥ୍ୟ ପାଇଁ କମ୍ କ୍ଷତି କରେ। କିନ୍ତୁ ଏହା ଭୁଲ। ରିଫାଇନ୍ ତେଲ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଖରାପ ହୋଇଥାଏ। ବିଶେଷକରି ଏହାଦ୍ୱାରା ହାର୍ଟଆଟାକ ଅଧିକ ମାତ୍ରାରେ ହୋଇଥାଏ।
୨. ଧଳା ଲୁଣ: ଲୁଣ ବିନା ଖାଦ୍ୟ ଅସମ୍ପୂର୍ଣ୍ଣ। ଅନେକ ଘରେ, ଲୁଣ ବହୁତ ପରିମାଣରେ ବ୍ୟବହାର କରାଯାଏ। କିନ୍ତୁ ଏହା ଶରୀର ପାଇଁ ଆଦୌ ଭଲ ହୋଇନଥାଏ। ଆବଶ୍ୟକତାଠାରୁ ଅଧିକ ଧଳା ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ଠାରୁ ଆରମ୍ଭ କରି ଅନେକ ରୋଗ ହୋଇପାରେ। ତେଣୁ ଏହା ବଦଳରେ, କଳା ଲୁଣ କିମ୍ବା ପଥର ଲୁଣ ବ୍ୟବହାର କରିବା ଉଚିତ।
୩. ଚିନି: ଚିନିକୁ ସ୍ୱାସ୍ଥ୍ୟର ଶତ୍ରୁ ବୋଲି ବିବେଚନା କରାଯାଏ। କିନ୍ତୁ ସମସ୍ତେ ମିଠାକୁ ବହୁତ ପସନ୍ଦ କରିଥାନ୍ତି। କିନ୍ତୁ ଡାଏଟିସିଆନ୍ ଶ୍ରେୟାଙ୍କ ମତରେ, ଚିନି ଧୀରେ ଧୀରେ ଶରୀରକୁ ରୋଗର ଘର କରିଥାଏ। ଚିନି ଖାଇବା ଦ୍ୱାରା ଡାଇବେଟିସ, ହରମୋନ୍ ଅସନ୍ତୁଳନ, ପେଟରେ ଚର୍ବି ଭଳି ସମସ୍ୟା ଦେଖାଯାଏ।
୪. ମଇଦା: ଆଜିକାଲି ଅଧିକାଂଶ ଫାଷ୍ଟଫୁଡ୍ରେ ମଇଦା ବ୍ୟବହାର କରାଯାଉଛି। ଯଥା: ପିଜା, ରୁଟି, ବିସ୍କୁଟ କିମ୍ବା ମୋମୋ। କିନ୍ତୁ ମଇଦାରେ ଫାଇବର ପରିମାଣ ବହୁତ କମ୍, ଯାହା ଦ୍ୱାରା ଏହା ହଜମ ହେବା କଷ୍ଟକର। ଅତ୍ୟଧିକ ମଇଦା ଖାଇବା ଦ୍ୱାରା ପେଟ ସମସ୍ୟା ହୋଇଥାଏ।