ନୂଆଦିଲ୍ଲୀ: ସକାଳୁ ସକାଳୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କାଉଡ଼ିଆଙ୍କ ଉପରେ ମାଡ଼ିଗଲା ଦ୍ରୁତଗତିରେ ଆସୁଥିବା କାର୍। ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, କାର୍ଟି ସିଧା ଘାଟିରେ ଖସିପଡ଼ିଛି।
ଗ୍ୱାଲିୟରରେ ଏକ ଦ୍ରୁତଗାମୀ କାର ଚାପି ଦେବାରୁ ଚାରି ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ଦ୍ରୁତଗାମୀ କାରଟି ମଧ୍ୟ ଓଲଟି ପଡ଼ି ଘାଟିରେ ପଡ଼ିଯାଇଛି। ଏହି ଘଟଣା ପରେ କାର ଆରୋହୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ଘଟଣାଟି ଗ୍ୱାଲିୟରର ଆଗ୍ରା-ମୁମ୍ବାଇ ଜାତୀୟ ରାଜପଥ (ଶିବପୁରୀ ଲିଙ୍କ ରୋଡ୍)ର। ଏଠାରେ ଏକ ଦ୍ରୁତଗାମୀ କାର ରାସ୍ତା ପାର୍ଶ୍ୱରେ ଚାଲୁଥିବା କାଉଡ଼ିଆଙ୍କୁ ଚାପି ଦେଇଥିଲା।
ମୃତଦେହଗୁଡ଼ିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମାମଲାଟି ମଧ୍ୟପ୍ରଦେଶର ଗ୍ୱାଲିୟରର ଗିରୱାଇ ଥାନା ଅଞ୍ଚଳର ବୋଲି ଜଣାପଡିଛି।