ଜନ୍ମ ଦିନରେ ପତଳା ଦେଖାଯିବା ପାଇଁ କଲେ ମାରାତ୍ମକ ଡାଏଟ୍, ଘଟିଲା ଏମିତି… ଚାଲିଯାଇଥାନ୍ତା ଜୀବନ
ଦୁଇ ସପ୍ତାହ ଧରି କେବଳ ପନିପରିବା ଖାଇବା ପରେ, ତାଙ୍କ ଅବସ୍ଥା ଖରାପ ହୋଇଗଲା ଏବଂ ତାଙ୍କ ଶରୀରର ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରିଦେଲା।
ନୂଆଦିଲ୍ଲୀ: ଆଜିର ସମୟରେ ଏବେ ଯୁବପୀଢ଼ିଙ୍କୁ ଘାରିଛି ଜିରୋ ଫିଗରର ଚିନ୍ତା। ପତାଳା ହେବା ନିଶାରେ ଶରୀରକୁ ପହଞ୍ଚାଉଛନ୍ତି କ୍ଷତି। ଜଣେ ୧୬ ବର୍ଷର ଝିଅ ଜିରୋ ସାଇଜ ଫିଗର କରିବା ପାଇଁ କିଛି ଏଭଳି ଡାଏଟ ଆପଣେଇଛନ୍ତି ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ଜନ୍ମ ଦିନରେ ପତଳା ଦେଖାଯିବା ପାଇଁ ସେ ଡାଏଟିଂ କରୁଥିଲେ। ଦୁଇ ସପ୍ତାହ ଧରି କେବଳ ପନିପରିବା ଖାଇବା ପରେ, ତାଙ୍କ ଅବସ୍ଥା ଖରାପ ହୋଇଗଲା ଏବଂ ତାଙ୍କ ଶରୀରର ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରିଦେଲା।
ଅବସ୍ଥା ଏତେ ମାତ୍ରାରେ ଖରାପ ହୋଇଗଲା ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା। ଯେଉଁ ୧୨ ଘଣ୍ଟା ପର୍ଯ୍ୟନ୍ତ ସେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରିଥିଲେ। ପତଳା ଶରୀର ପାଇଁ ଯୁବପିଢ଼ୀଙ୍କ ଏତେ ମାତ୍ରାରେ ନିଶା ହୋଇଛି କି ଯାହା ପାଇଁ ସେମାନେ ସେମାନଙ୍କ ଶରୀରକୁ ଅନେକ କ୍ଷତି ପହଞ୍ଚାଉଛନ୍ତି।
ଚୀନର ୧୬ ବର୍ଷର ଝିଅ ଏହି ଘଟଣାର ଜ୍ୱଳନ୍ତ ଉଦାହରଣ। ଯିଏ ପତଳା ଦେଖାଯିବା ପାଇଁ ଏଭଳି ଡାଏଟ କରିଥିଲେ ଯେ ତାଙ୍କର ବଞ୍ଚିବା କଷ୍ଟକର ହୋଇଥିଲା।
ଯେଉଁଠାରେ ମେଇ ନାମକ ଜଣେ ଝିଅ ତାଙ୍କ ଜନ୍ମଦିନରେ ଏକ ନୂଆ ପୋଷାକ ପିନ୍ଧି ପତଳା ଦେଖାଯିବାକୁ ଚାହୁଁଥିଲେ। ଏଥିପାଇଁ ସେ ଦୁଇ ସପ୍ତାହ ପର୍ଯ୍ୟନ୍ତ କେବଳ ସିଝା ପନିପରିବା ଖାଇଥିଲେ ଏବଂ ଅନ୍ୟ ସବୁକିଛି ତ୍ୟାଗ କରିଥିଲେ।
ପ୍ରଥମରେ ସେ ଅନୁଭବ କରିଥିଲେ ଯେ ସେ ଠିକ୍ ଦିଗରେ ଯାଉଛନ୍ତି, କିନ୍ତୁ କିଛି ଦିନ ମଧ୍ୟରେ ତାଙ୍କ ଶରୀର ହାର ମାନିବାକୁ ଲାଗିଲା।
ଗୋଟିଏ ଦିନ ହଠାତ୍ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଲା ଏବଂ ତାଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ କହିଥିଲେ ଯେ ତାଙ୍କ ଅବସ୍ଥା ଏତେ ସଙ୍କଟଜନକ ଥିଲା ଯେ ତାଙ୍କୁ ବଞ୍ଚାଇବା ପାଇଁ ନିରନ୍ତର ୧୨ ଘଣ୍ଟା ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥିଲା।
ତଦନ୍ତରୁ ଜଣାପଡିଲା ଯେ ମେଇଙ୍କ ଶରୀରରେ ପୋଟାସିୟମର ପରିମାଣ ବହୁତ ହ୍ରାସ ପାଇଥିଲା, ଯାହା ତାଙ୍କ ମାଂସପେଶୀ ଏବଂ ସ୍ନାୟୁକୁ ପ୍ରଭାବିତ କରିଥିଲା।
ପୋଟାସିୟମ ଅଭାବ ଏତେ ବିପଜ୍ଜନକ ହୋଇପାରେ ଯେ ଏହା ହୃଦଘାତ କିମ୍ବା ମୃତ୍ୟୁ ମଧ୍ୟ ହୋଇପାରେ। ଡାକ୍ତରଙ୍କ ଚିକିତ୍ସା ପରେ ମେଇ ଏବେ ସୁସ୍ଥ ଅଛନ୍ତି ଏବଂ ଘରକୁ ଫେରିଛନ୍ତି। ମେଇ ନିଜେ କହିଛନ୍ତି ଯେ ସେ କେବେବି ପରାମର୍ଶ ବିନା ଡାଏଟ୍ କରିବେ ନାହିଁ ଏବଂ ପ୍ରଥମେ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବେ।
ଏହି ଘଟଣା ପୁଣି ଥରେ ପ୍ରମାଣିତ କରିଛି ଯେ ସୋସିଆଲ ମିଡିଆରେ ଦେଖାଯାଉଥିବା ଫିଗର ସହ ଫିଟନେସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ବିପଦପୂର୍ଣ୍ଣ ହୋଇପାରେ। ଯଦି ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ପରାମର୍ଶ ନେଇ ଓଜନ ହ୍ରାସ କରାଯାଏ ନାହିଁ, ତେବେ ଏହା ଲାଭଦାୟକ ହେବା ପରିବର୍ତ୍ତେ ଘାତକ ସାବ୍ୟସ୍ତ ହୋଇପାରେ।