ରାସ୍ତା ବଦଳରେ ପାଣିକୁ ଠେଲିଦେଲା ଗୁଗୁଲ ମ୍ୟାପ୍, ଗାଡ଼ି ସହ ନଦୀରେ ପଡ଼ିଲେ ମହିଳା
ଗୁଗୁଲ ମ୍ୟାପ ଭରସାରେ ଯାଉଥିଲେ ମହିଳା। ଗୁଗୁଲ ମ୍ୟାପ ଦେଖାଇଥିବା ବାଟରେ ଯାଇ ପୋଲ ଉପରୁ ନଦୀରେ ପଡ଼ିଥିଲେ ମହିଳା।
ମୁମ୍ବାଇ: ଆଜିକାଲି ଗୁଗୁଲ ମ୍ୟାପ୍ ଭରସାରେ ଯୁବପୀଢ଼ି। ରାସ୍ତା ନ ଜାଣିପାରିଲେ କି କେତେ କିଲୋମିଟର ବାଟ ଜାଣିବାକୁ ଗୁଗୁଲ ମ୍ୟାପ ଦେଖୁଛନ୍ତି ଯୁବପୀଢ଼ି। ହେଲେ ଗୁଗୁଲ ମ୍ୟାପ ଯେ ସବୁ ଠିକ୍ ଦେଖାଏ ତାକୁ ଭାବିବା ମଧ୍ୟ ଯୁବପୀଢ଼ିଙ୍କ ଭୁଲ ଧାରଣା।
ଗୁଗୁଲ ମ୍ୟାପ ଭରାସାରେ ଚାଲିଯାଇଥାନ୍ତା ମହିଳାଙ୍କ ଜୀବନ। ନବୀ ମୁମ୍ବାଇର ବେଲାପୁରରୁ ଏହି ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ରାତି ପାଖାପାଖି ୧ଟାରେ ଗୁଗୁଲ ମ୍ୟାପ ଭରସାରେ ଯାଉଥିଲେ ମହିଳା। ଗୁଗୁଲ ମ୍ୟାପ ଦେଖାଇଥିବା ବାଟରେ ଯାଇ ପୋଲ ଉପରୁ ନଦୀରେ ପଡ଼ିଥିଲେ ମହିଳା।
ମହିଳା ବେଲାପୁରରୁ ଉଲବେକୁ ଯାଉଥିଲେ। ଗୁଗୁଲ ମ୍ୟାପ ଜରିଆରେ ମହିଳା ବ୍ରିଜ ଉପରେ ଯାଉଥିବା ବେଳେ ଆଗକୁ ରାସ୍ତା ନଥିବା ତାଙ୍କୁ ଜଣାପଡ଼ିନଥିଲା। ସିଧା ଯାଇ ପାଣିରେ ପଡ଼ିଥିଲେ ମହିଳା।
ସେଠାରେ ଉପସ୍ଥିତ ତଟରକ୍ଷୀ ବାହିନୀ ଦଳ ଗାଡ଼ି ପଡ଼ିବା ଦେଖି ତୁରନ୍ତ ସେହି ସ୍ଥାନକୁ ଯାଇଥିଲେ। ଘଟଣା ସ୍ଥଳରେ ଯାଇ ସୁରକ୍ଷାବଳ ଦେଖନ୍ତି ମହିଳା ପାଣିରେ ପହଁରୁଛନ୍ତି। ତୁରନ୍ତ ମହିଳାଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା। ପରେ କାରକୁ କ୍ରେନ ସାହାର୍ଯ୍ୟରେ ଉଦ୍ଧାର କରାଯାଇଥିଲା। ପରେ ମହିଳାଙ୍କୁ ସୁରକ୍ଷିତ ଭାବେ ଘରେ ପହଁଞ୍ଚାଯାଇଥିଲା।
ଗୁଗୁଲ୍ ମ୍ୟାପ୍ ଯୋଗୁଁ ଡିସେମ୍ବର ୨୦୨୪ ରେ ୟୁପିର ବରେଲିରେ ମଧ୍ୟ ଏକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ବରେଲିର ଇଜ୍ଜତ୍ ନଗର ଥାନା ଅଞ୍ଚଳର ପିଲିଭିତ ରୋଡରେ ଘଟିଥିଲା। ଏଠାରେ ତିନି ଜଣ ଯୁବକ କାନପୁରରୁ ପିଲିଭିତ ଯାଉଥିବା ବେଳେ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରୁଥିଲେ, କିନ୍ତୁ ପିଲିଭିତ ବାଇପାସ୍ ଉପରେ ଏକ କେନାଲ ନିକଟରେ ଏକ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ।