OBC ବର୍ଗର ଝିଅମାନଙ୍କ ବିବାହରେ ସରକାର ଦେବେ ଯଥେଷ୍ଟ ଟଙ୍କା, ଲାଗୁ ହେଲା ପ୍ରସ୍ତାବ

ଓବିସି ପରିବାରର ଝିଅମାନଙ୍କୁ ବଡ଼ ଉପହାର, ବିବାହରେ ମିଳିବ ଯଥେଷ୍ଟ ଟଙ୍କା

ଉତ୍ତରପ୍ରଦେଶ: OBC ପରିବାରର ଝିଅମାନଙ୍କ ପାଇଁ ବଡ଼ ଉପହାର! ବାହାଘର ପାଇଁ ଦିଆଯିବ ଯଥେଷ୍ଟ ଟଙ୍କା। ଉତ୍ତରପ୍ରଦେଶ ସରକାର OBC ବର୍ଗର ଝିଅମାନଙ୍କ ବିବାହ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏବେ ସେମାନଙ୍କୁ ବିବାହ ପାଇଁ ଦିଆଯାଉଥିବା ଅନୁଦାନର ପରିମାଣ ଯଥେଷ୍ଟ ବୃଦ୍ଧି କରାଯିବ।

ବର୍ତ୍ତମାନ ଦିଆଯାଉଥିବା 20,000 ଟଙ୍କାକୁ 35,000 ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଘୋଷଣା ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର କଶ୍ୟପ କରିଛନ୍ତି, ସେ କହିଛନ୍ତି ଯେ, ଏ ସମ୍ପର୍କରେ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି ଏବଂ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ। ଯାହା ଦ୍ଵାରା ପଛୁଆ ବର୍ଗର ପରିବାରମାନେ ସେମାନଙ୍କ ଝିଅଙ୍କ ବିବାହରେ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପାଇପାରିବେ।

ସେ ସୂଚନା ଦେଇଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ 200 କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି, ଯାହା ଏହି ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

ଏହି ଯୋଜନାଟି କେବଳ ସେହି ପରିବାର ପାଇଁ କରାଯାଇଛି ଯେଉଁମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ କମ୍।