ଆଜି ଏହି ରାଶିଙ୍କ ପ୍ରେମ ସମ୍ପର୍କରେ ପଡ଼ିପାରେ ଫାଟ, ଭାବିଚିନ୍ତି ନିଅନ୍ତୁ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ଜୁଲାଇ ମାସ ୨୭ ତାରିଖ। ଏହି ଦିନଟି ଆପଣଙ୍କ ପ୍ରେମ ଜୀବନ ପାଇଁ କିପରି ରହିବ ଏବଂ କେଉଁ ଉପାୟରେ ଆପଣ ଏହି ଦିନଟିକୁ ଭଲ କରିପାରିବେ, ଏବଂ ଆଜିର ଦିନ ବିଷୟରେ ଜ୍ୟୋତିଷ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ମେଷ: ଜ୍ୟୋତିଷଙ୍କ ମତରେ ଆପଣ ଆପଣଙ୍କ ସମ୍ପର୍କରେ ଏକ ବହୁତ ଜଟିଳ ମୋଡ଼ରେ ଠିଆ ହୋଇଛନ୍ତି ଏବଂ ଆଜି ଆପଣଙ୍କ ମନରେ ଏଣୁତେଣୁ ଭାବନା ସବୁ ଆସିବ।

ହେଲେ ଆପଣ ନିଜ ଭାବନା ଉପରେ କଣ୍ଟ୍ରୋଲ କରିପାରିବେ। ଆପଣ ଏହା ମଧ୍ୟ ସହଜରେ ବୁଝିପାରିବେ ଯେ ଆପଣଙ୍କ ଜୀବନ ବର୍ତ୍ତମାନ ଯେଉଁ ପଥରେ ଚାଲିଛି ସେଥିରେ ଆପଣ ଖୁସି କି ନାହିଁ, ଆପଣ ଏହି ସମ୍ପର୍କରେ ରହିବେ କି ନାହିଁ ତାହା ମଧ୍ୟ ଆପଣ ଚିନ୍ତା କରିପାରିବେ।

ଶୁଭ ରଙ୍ଗ: ବାଇଗଣୀ
ଶୁଭ ସଂଖ୍ୟା: ୦୮

ବୃଷ:  ଆଜି ତୁମେ ଏବଂ ତୁମର ସାଥୀ ଉଭୟ ମିଶି କିଛି ଭଲ ନିଷ୍ପତ୍ତି ନେବ। ସମ୍ଭାବନା ଅଛି ଯେ ଆଜି ତୁମେ ଆରାମରେ ବସି ତୁମର ସମ୍ପର୍କର ଭଲ ଏବଂ ଖରାପ ଦିଗକୁ ଭଲ ଭାବେ ବିବେଚନା କରିବ ଏବଂ ନିଷ୍ପତ୍ତି ନେବ ଯେ ତୁମେ ଏହାକୁ ଆଗକୁ ନେବାକୁ ଚାହୁଁଛ କି ନାହିଁ।

ଏପରି ପରିସ୍ଥିତିରେ ଏହା ସମ୍ଭବ ଯେ ତୁମେ ତୁମର ଭାବନାକୁ କମ୍ ଗୁରୁତ୍ୱ ଦେବ କିମ୍ବା ଆଦୌ ଗୁରୁତ୍ୱ ଦେବ ନାହିଁ। କିନ୍ତୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ତୁମକୁ ତୁମର ହୃଦୟର କଥା ମଧ୍ୟ ଶୁଣିବା ଉଚିତ।

ଶୁଭ ରଙ୍ଗ: ଗୋଲାପୀ
ଶୁଭ ସଂଖ୍ୟା: ୦୬

ମିଥୁନ: ତୁମେ ଅଲଗା ସଂସ୍କୃତି କିମ୍ବା ଅନ୍ୟ ଦେଶର କାହା ପ୍ରତି ଆକର୍ଷିତ ହୋଇପାର। ତୁମେ ଏହି ବ୍ୟକ୍ତିଙ୍କ ଆଡ଼କୁ ଟାଣି ହୋଇଯିବ। ଯେତେବେଳେ ତୁମେ ଏହି ପୁରୁଷଙ୍କ ସହିତ ରହିବ ସେତେବେଳେ ତୁମ ମନକୁ ଅନ୍ୟ କୌଣସି ଭାବନା ଆସିବ ନାହିଁ। ଈଶ୍ୱରଙ୍କ ଇଚ୍ଛାରେ ଏହି ସମ୍ପର୍କ ଶୀଘ୍ର ନୂଆରୂପ ନେଇପାରେ।

ଶୁଭ ରଙ୍ଗ: କମଳା
ଶୁଭ ସଂଖ୍ୟା: ୦୨

କର୍କଟ: ତୁମର ଜୀବନଶୈଳୀ ଦିନକୁ ଦିନ ଉନ୍ନତ ହେଉଛି। ଏହି ପରିବର୍ତ୍ତିତ ପରିସ୍ଥିତିରେ ତୁମର ସାଥୀଙ୍କ ପାଇଁ ସମୟ ଦେବାକୁ ହେବ ଏବଂ ତାଙ୍କ ସାଥୀରେ ରହିବାକୁ ହେବ।

ଆଜି ନିଜର ପ୍ରିୟଜନମାନଙ୍କୁ ସାହାଯ୍ୟ କରିବା ଆପଣଙ୍କ ପ୍ରାଥମିକତା ଏବଂ ଏଥିପାଇଁ ଆପଣଙ୍କୁ ବହୁତ ପ୍ରଶଂସା ମିଳିବ। ଏହା ଆପଣଙ୍କ ସମ୍ପର୍କକୁ ଆହୁରି ମଜବୁତ କରିବ।

ଶୁଭ ରଙ୍ଗ: ଲାଲ
ଶୁଭ ନମ୍ବର: ୧୮

ସିଂହ ରାଶି: ତୁମେ ଯେଉଁମାନେ ଅବିବାହିତ ଅଛ ସେମାନେ ଏକ ନୂଆ ସମ୍ପର୍କ ଆରମ୍ଭ କରିବାକୁ ଯୋଜନା କରିବ। ଯେଉଁମାନେ ପୂର୍ବରୁ ଏକ ସମ୍ପର୍କରେ ଅଛନ୍ତି ସେମାନେ ସେମାନଙ୍କ ସମ୍ପର୍କରେ ହଜିଯାଇଥିବା ପ୍ରେମକୁ ଫେରି ପାଇବାକୁ ଚେଷ୍ଟା କରିବେ। ସବୁ ବାଧାବିଘ୍ନକୁ ଏଡ଼ାଇ ତୁମର ସାହସ ବିଜୟୀ ହେବ ଏବଂ ତୁମେ କୌଣସି ଜିନିଷକୁ ଭୟ କରିବ ନାହିଁ।

ଶୁଭ ରଙ୍ଗ: ବାଇଗଣୀ
ଶୁଭ ନମ୍ବର: ୧୦

କନ୍ୟା: ତୁମେ ଯାହାଙ୍କୁ ନିଜର ସାଥୀ କରିବାକୁ ଚାହୁଁଛ ଆଜି ତାଙ୍କୁ ଭେଟିବାକୁ ଯୋଜନା କରିପାର। କିନ୍ତୁ ସେହି ବ୍ୟକ୍ତିଙ୍କ ମନରେ ତୁମ ପ୍ରତି ଖରାପ ମନୋଭାବ ଆଣିବାକୁ କେହି ଜଣେ ତୁମକୁ ଭୁଲ ପରାମର୍ଶ ଦେଇପାରେ।

ଏହା ମଧ୍ୟ ହୋଇପାରେ କି ଯିଏ ତୁମକୁ ଭୁଲ ପରାମର୍ଶ ଦେବ ସେହି ବ୍ୟକ୍ତି ତାଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ତେଣୁ ସତର୍କ ରୁହନ୍ତୁ ଏବଂ ସେହି ଅନୁସାରେ କାର୍ଯ୍ୟ କରନ୍ତୁ। ଯଦି ସମ୍ଭବ ହୁଏ ସେମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ।

ଶୁଭ ରଙ୍ଗ: ହଳଦିଆ
ଶୁଭ ସଂଖ୍ୟା: ୦୩

ତୁଳା:  ଯଦି ତୁମେ କାହାକୁ ପସନ୍ଦ କର, ତେବେ ଆଜି ତୁମ ମନର କଥା ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଖରେ ଖୋଲି କହିବାକୁ ଚାହୁଁଥିବେ। କିନ୍ତୁ ଟିକେ ଅପେକ୍ଷା କରନ୍ତୁ।

ହେଇପାରେ ତୁମ କଥା ସୁଣି ସାମ୍ନା ଲୋକ ତୁମକୁ ଭୁଲ ବୁଝି ପାରନ୍ତି। ସାମ୍ନା ବ୍ୟକ୍ତି ତୁମ ସହିତ କଥା ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ତୁମର ବନ୍ଧୁତା ଏବଂ ଭାବନାକୁ ନିୟନ୍ତ୍ରଣରେ ରଖ। ଯାହା ଦ୍ଵାରା ତୁମର ପ୍ରତିଛବି ଯେପରି ମଳିନ ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

ଶୁଭ ରଙ୍ଗ: ସବୁଜ
ଶୁଭ ସଂଖ୍ୟା: ୦୧

ବିଛା: ଆଜି ତୁମ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ। ତୁମେ ତୁମର ପୁରୁଣା ପ୍ରେମିକକୁ ଆଜି ପୁଣି ଫେରି ପାଇବ। ଏହା ସତ ଯେ ବିଚ୍ଛେଦ ସମୟରେ ତୁମର କିଛି ଝଗଡ଼ା ହୋଇଥିଲା।

ହେଲେ ତୁମେ ପୁଣି ଏକାଠି ହେବା ବିଷୟରେ ଚିନ୍ତା କରିବା ଉଚିତ। କାରଣ ଆଜି କୌଣସି ବଡ଼ ନିଷ୍ପତ୍ତି ନେବା ପାଇଁ ଭଲ ଦିନ ନୁହେଁ। ତୁମେ ଏହା ବିଷୟରେ ଚିନ୍ତା କରିବା ପାଇଁ ବହୁତ ସମୟ ପାଇବ।

ଶୁଭ ରଙ୍ଗ: ନୀଳ
ଶୁଭ ସଂଖ୍ୟା: ୦୯

ଧନୁ: ଆଜି ତୁମର ବାପା-ମାଆଙ୍କ ସହିତ ସମୟ ବିତାଇବା ପାଇଁ ବହୁତ ଭଲ ଦିନଟିଏ। ଯଦି ତୁମେ ଏବେ ବହୁତ ବ୍ୟସ୍ତ ଥାଅ, ତେବେ ସେମାନଙ୍କୁ  ଫୋନ୍ କରିବା କିମ୍ବା ସେମାନଙ୍କୁ ଦେଖା କରିବା ପାଇଁ ଯିବା ସେମାନଙ୍କୁ ବୋହୁତ ଖୁସି ଦେବ।

ଏହା ତୁମର ଅନେକ ଚାପକୁ ମଧ୍ୟ କମ୍ କରିଦେବ। ଯେତେବେଳେ ତୁମେ ତୁମର ଭାଇଭଉଣୀ କିମ୍ବା ବାପା ମାଆଙ୍କୁ ଭେଟିବାକୁ ଯାଅ, ତୁମର ସାଥୀକୁ ମଧ୍ୟ ସାଙ୍ଗରେ ନିଅ।

ସମସ୍ତେ ଏକାଠି ରହିବାର ଆନନ୍ଦ ନେବେ। ଯଦି ତୁମେ ଅବିବାହିତ, ତୁମର ବାପା ମାଆ ତୁମକୁ କୌଣସି ବିଶେଷ ବ୍ୟକ୍ତିଙ୍କ ସହ ପରିଚିତ କରାଇପାରନ୍ତି।

ଶୁଭ ରଙ୍ଗ: କଳା

ଶୁଭ ସଂଖ୍ୟା: ୧୪

ମକର: ତୁମେ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅନନ୍ୟ ଏବଂ ବିଶେଷ ଏବଂ ତୁମ ବିଷୟରେ ଖରାପ କହିବାର କାହାରି ଅଧିକାର ନାହିଁ। ଯଦି ତୁମେ ଏପରି ଅନୁଭବ କରୁଛ, ତେବେ ତୁମର କାର୍ଯ୍ୟ ସହିତ ସୂକ୍ଷ୍ମତା, କୋମଳତା ଏବଂ ଅନୁଗ୍ରହର ସହିତ ପ୍ରତିକ୍ରିୟା ଦିଅ।

ପରିସ୍ଥିତିରେ ଏକ ପରିବର୍ତ୍ତନ ଆସିବ। ତୁମର ସାଥୀ ତୁମକୁ ବୁଝିବ। ହେଲେ ବର୍ତ୍ତମାନ ପରିବେଶ ଯୋଗୁଁ ତୁମର ପ୍ରେମ ସମ୍ପର୍କରେ ତିକ୍ତତା ରହିଛି। କିନ୍ତୁ ଯେତେବେଳେ କଷ୍ଟକର ପରିସ୍ଥିତି ଆସିବ ତୁମର ସାଥୀ ତୁମର ଗୁରୁତ୍ୱକୁ ଅନୁଭବ କରିବ।

ଶୁଭ ରଙ୍ଗ: ଧଳା

ଶୁଭ ସଂଖ୍ୟା: ୦୫

କୁମ୍ଭ: ଆଜି ତୁମେ ଏକ ନୂଆ ସମ୍ପର୍କ ଗଢ଼ିପାରିବ। ତୁମେ ଏହା ପ୍ରତି ବହୁତ ସମୟ ଦେବ ଏବଂ ଏହା ବହୁତ ଦିନ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି। ତୁମର ବିଶେଷ ବ୍ୟକ୍ତି ତୁମକୁ ବହୁତ ଭଲ ପାଇବ ଏବଂ ତୁମେ ତାଙ୍କୁ ମଧ୍ୟ ଭଲ ପାଇବ।

ତଥାପି ପାରିବାରିକ ହସ୍ତକ୍ଷେପ ଯୋଗୁଁ କିଛି ସମସ୍ୟା ହୋଇପାରେ। ଏହା ସହିତ ଏହି ସମ୍ପର୍କର ଗଭୀରତା ପରୀକ୍ଷା କରିବା ପାଇଁ ଅନ୍ୟ କିଛି କଷ୍ଟକର ପରିସ୍ଥିତି ମଧ୍ୟ ଆସିବ।

ଶୁଭ ରଙ୍ଗ: ବାଦାମୀ
ଶୁଭ ସଂଖ୍ୟା: ୧୫

ମୀନ: ଆପଣଙ୍କ କାର୍ଡ ଅନୁସାରେ ଆପଣ ଆଜି ଜଣେ ଆକର୍ଷଣୀୟ ବ୍ୟକ୍ତିଙ୍କୁ ଭେଟିପାରନ୍ତି। ଏହି ସାକ୍ଷାତ ବହୁତ ଶୀଘ୍ର ଏବଂ ଘନିଷ୍ଠ ହୋଇପାରେ।

ତେଣୁ ଆପଣଙ୍କ ସାମ୍ନାରେ ଆସୁଥିବା ବାଧାକୁ ଦୂର କରିବା ବିଷୟରେ ଚିନ୍ତା କରନ୍ତୁ।  ଦିନଟିକୁ ଭଲ ଭାବରେ ଉପଭୋଗ କରନ୍ତୁ। ଯଦି ସେହି ବ୍ୟକ୍ତି ଚାଲିଯିବାକୁ ଚାହାଁନ୍ତି ତେବେ ତାଙ୍କୁ ଅଟକାନ୍ତୁ ନାହିଁ। ସେ ଆପଣଙ୍କ ପାଖକୁ ଫେରି ଆସିବେ। ତାଙ୍କୁ ଆପଣଙ୍କ ଗୁରୁତ୍ୱ ବୁଝିବାର ସୁଯୋଗ ଦିଅନ୍ତୁ।

ଶୁଭ ରଙ୍ଗ: ସୁନା
ଶୁଭ ସଂଖ୍ୟା: ୦୭