ବଡ଼ ଅଘଟଣ; ହରିଦ୍ବାର ମନସା ଦେବୀ ମନ୍ଦିରରେ ଦଳାଚକଟା, 6 ଶ୍ରଦ୍ଧାଳୁ ମୃତ, ଏକାଧିକ ଗୁରୁତର, ସିଡ଼ି ନିକଟରେ ଘଟିଛି ଦୁର୍ଘଟଣା
ହରିଦ୍ବାର ମନସା ଦେବୀ ମନ୍ଦିରରେ ବଡ଼ ଅଘଟଣ । ଦଳାଚକଟାରେ 6 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ।
ଉତ୍ତରାଖଣ୍ଡ: ହରିଦ୍ବାର ମନସା ଦେବୀ ମନ୍ଦିରରେ ବଡ଼ ଅଘଟଣ । ଦଳାଚକଟାରେ 6 ଶ୍ରଦ୍ଧାଳୁଙ୍କ ମୃତ୍ୟୁ । 25 ରୁ 30 ଜଣ ଆହତ ହୋଇଥିବା ବେଳେ ଅନେକ ଶ୍ରଦ୍ଧାଳୁ ଗୁରୁତର ଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । ଆହତଙ୍କୁ ଆମ୍ବୁଲାନ୍ସରେ ନିଆଯାଉଛି ହସ୍ପିଟାଲ । ପ୍ରବଳ ଗହଳି ଯୋଗୁଁ ଦଳାଚକଟା ହୋଇଥିବା ସୂଚନା ।
ତେବେ ଏହି ଦୁର୍ଘଟଣା ମନ୍ଦିରର ସିଡ଼ି ନିକଟରେ ଘଟିଛି। ଘଟଣା ସ୍ଥଳରେ ଗଡ଼ୱାଲ ଡିଭିଜନ କମିଶନର ବିନୟ ଶଙ୍କର ପାଣ୍ଡେ ଉପସ୍ଥିତ ଅଛନ୍ତି । କୋତୱାଲି ପ୍ରଭାରୀ ରିତେଶ ଶାହ ଦଳାଚକଟାକୁ ନିଶ୍ଚିତ କରିଛନ୍ତି। କହିଥିଲେ ଯେ ପ୍ରବଳ ଭିଡ଼ ଯୋଗୁଁ ମନସା ଦେବୀ ମନ୍ଦିରରେ ଦଳାଚକଟା ହୋଇଥିଲା।