ବାହାହେବାକୁ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର ସହିତ ଦୁଇ-ଦୁଇଥର ଗର୍ଭପାତ!
ବିବାହର ପ୍ରତିଶ୍ରୁତି ଦେଇ ଯୌନ ନିର୍ଯାତନା ଏବଂ ଗର୍ଭପାତ
ନୂଆଦିଲ୍ଲୀ: ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର! ନୂଆଦିଲ୍ଲୀରେ ଜଣେ ମହିଳାଙ୍କ ସହ ଯୌନ ଶୋଷଣର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ଏଠାକାର ମାଲବ୍ୟ ନଗର ଅଞ୍ଚଳର ଜଣେ ୨୯ ବର୍ଷୀୟା ମହିଳା ଅଭିଯୋଗ କରିଛନ୍ତି ଯେ, ଜଣେ ଯୁବକ ତାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଅନେକ ଥର ବଳାତ୍କାର କରିବା ସହିତ ଦୁଇଥର ଗର୍ଭପାତ ମଧ୍ୟ କରାଇଥିଲେ।
ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପୀଡିତା ମହିଳାଙ୍କ ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।
ଅଭିଯୁକ୍ତ ଜଣକ ଜୁଲାଇ 20 ତାରିଖରେ ଉତ୍ତର ପ୍ରଦେଶରୁ ମହିଳାଙ୍କୁ ଦିଲ୍ଲୀ ଡାକିଥିଲେ। ଏହା ପରେ ସେ ତାଙ୍କୁ 21 ଜୁଲାଇରେ ବିବାହ କରିବେ ବୋଲି ମିଛ କହିଥିଲେ। କିନ୍ତୁ ପରଦିନ ସକାଳେ ସେ ଜୋର ବାଗ ମେଟ୍ରୋ ଷ୍ଟେସନ ନିକଟରେ ମହିଳାଙ୍କୁ ଛାଡି ହଠାତ ଅଦୃଶ୍ୟ ହୋଇଗଲେ।
ପୀଡିତା ପୋଲିସକୁ କହିଛନ୍ତି ଯେ, ଅଭିଯୁକ୍ତ ତାଙ୍କ ଉପରେ ଚାପ ପକାଇଥିଲେ ଏବଂ କହିଥିଲେ ଯେ ଯଦି ସେ ପୋଲିସ ସହିତ ଯୋଗାଯୋଗ କରନ୍ତି, ତେବେ ସେ ତାଙ୍କର ବ୍ୟକ୍ତିଗତ ଅଶ୍ଳୀଳ ଫଟୋ ଅନଲାଇନରେ ଲିକ୍ କରିଦେବେ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି ଏବଂ ଅଭିଯୁକ୍ତଙ୍କୁ ଖୋଜୁଛି।