“ଓଁ ନମଃ ଶିବାୟ ଶୁଣିଲେ, ମୋ ଲୋମ ଟାଙ୍କୁରି ଉଠେ”, ଜାଣନ୍ତୁ କାହିଁକି ଏମିତି କହିଲେ PM ମୋଦୀ
ଓଁ ନମଃ ଶିବାୟକୁ ନେଇ କାହିଁକି ଏମିତି କହିଲେ ପିଏମ ମୋଦୀ, ଜାଣନ୍ତୁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (୨୭ ଜୁଲାଇ, ୨୦୨୫) ତାମିଲନାଡୁର ଗଙ୍ଗେଇକୋଣ୍ଡା ଚୋଳପୁରମ ମନ୍ଦିରରେ ମହାନ ଚୋଳ ସମ୍ରାଟ ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ୧୦୦୦ତମ ଜନ୍ମବାର୍ଷିକୀ ସମାରୋହରେ ଯୋଗ ଦେଇଛନ୍ତି।
ସେ କହିଛନ୍ତି ଯେ, ଚୋଳ ରାଜାମାନେ ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ନିଜର କୂଟନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ବିସ୍ତାର କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଚୋଳ ସାମ୍ରାଜ୍ୟର ଇତିହାସ ଏବଂ ଐତିହ୍ୟ ଭାରତର ପ୍ରକୃତ ଶକ୍ତିର ପ୍ରତୀକ। ଚୋଳ ରାଜାମାନେ ଭାରତକୁ ସାଂସ୍କୃତିକ ଏକତାରେ ଏକତ୍ର କରିଥିଲେ।
ସେ ଆହୁରି କହିଛନ୍ତି ଯେ, ଆଜି, ଆମର ସରକାର ଚୋଳ ଯୁଗର ସମାନ ଚିନ୍ତାଧାରା ଆଗକୁ ବଢ଼ାଉଛି। କାଶୀ-ତାମିଲ ସଙ୍ଗମ ଏବଂ ସୌରାଷ୍ଟ୍ର-ତାମିଲ ସଙ୍ଗମ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ, ଆମେ ଶତାବ୍ଦୀ ପୁରୁଣା ଏକତାର ସୂତ୍ରକୁ ଆହୁରି ମଜବୁତ କରୁଛୁ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏକ ପ୍ରକାରେ, ଏହା ରାଜ ରାଜୁଡ଼ଙ୍କ ଭକ୍ତିର ଭୂମି ଏବଂ ଆଜି ଇଲାଇୟାରାଜା ଆମ ସମସ୍ତଙ୍କୁ ଶିବ ଭକ୍ତିମୟ କରିଛନ୍ତି। ଏହି ପରିବେଶ ସୁନ୍ଦର ରହିଛି। ମୁଁ କାଶୀର ସାଂସଦ ଏବଂ ଯେତେବେଳେ ମୁଁ ଓମ୍ ନମଃ ଶିବାୟ ଶୁଣେ, ମୋ ଲୋମ ଟାଙ୍କୁରି ଉଠେ। ଶିବ ଦର୍ଶନର ଶକ୍ତି, ଶ୍ରୀ ଇଲାଇୟାରାଜାଙ୍କ ସଙ୍ଗୀତ ଏବଂ ମନ୍ତ୍ର ଉଚ୍ଚାରଣ, ଏହି ଆଧ୍ୟାତ୍ମିକ ଅନୁଭୂତି ମନକୁ ଭକ୍ତିମୟ କରିଦିଏ।