ସ୍ୱାଧିନତା ଦିବସରେ ଗାଡ଼ି ଆଗରେ ତ୍ରିରଙ୍ଗା ଲଗାଇବା ପୂର୍ବରୁ ଜାଣନ୍ତୁ ଏହିି ଗୁରୁତ୍ୱପୂର୍ଣ୍ଣ ନିୟମ

ନିୟମ ନ ମାନିଲେ ବାନ୍ଧିବ ପୋଲିସ । ଦେଶ ପ୍ରେମ ଚକ୍କରରେ ଭୋଟିବାକୁ ପଡ଼ିବ ଦଣ୍ଡ ।

ନୂଆଦିଲ୍ଲୀ:  ସ୍ୱାଧୀନତା ଦିବସ ପାଖେଇ ଆସୁଛି । ଯାହା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ଦିନ ଲୋକମାନେ ନିଜ ଘର, କାର୍ଯ୍ୟାଳୟ ଏବଂ ଯାନରେ ତ୍ରିରଙ୍ଗା ଲଗାଇଥାନ୍ତି। ଯଦି ଆପଣ ମଧ୍ୟ ଆପଣଙ୍କ କାର କିମ୍ବା ବାଇକ୍‌ରେ ତ୍ରିରଙ୍ଗା ଲଗାଇବାକୁ ଭାବୁଛନ୍ତି  ତେବେ ତା ପୂର୍ବରୁ ଜଣାନ୍ତୁ ଏ କଥା…

ଯଦି ଦେଶପ୍ରେମ ଦେଖାଇବା ପାଇଁ ନିୟମ ଉଲଂଘନ କଲେ; ଆପଣଙ୍କୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିପାରେ। ତ୍ରିରଙ୍ଗା ସହିତ ଜଡିତ କିଛି ବିଶେଷ ନିର୍ଦ୍ଦେଶାବଳୀ ସ୍ଥିର କରାଯାଇଛି। ଯାହାକୁ ଅଣଦେଖା କରିବା ଆଇନ ଅନୁଯାୟୀ ଅପରାଧ ।

୩ ବର୍ଷ ଜେଲ 

ତ୍ରିରଙ୍ଗା ବ୍ୟବହାର ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଦିଆଯାଇଛି। ତ୍ରିରଙ୍ଗାକୁ ସର୍ବଦା ସମ୍ମାନଜନକ ଭାବରେ ଉତ୍ତୋଳନ କରାଯିବା ଉଚିତ। ପତାକାର  ସ୍ଥିତି ଏପରି ହେବା ଉଚିତ ଯେ ଏହା କେବେବି ଭୂମିରେ କିମ୍ବା କୌଣସି ଗାଡି ତଳେ ଆସିବ ନାହିଁ।

ପ୍ଲାଷ୍ଟିକ୍ ପତାକା ବ୍ୟବହାର ନିଷେଧ ଏବଂ ତ୍ରିରଙ୍ଗାକୁ ଚିରା, ମଇଳା ଅବସ୍ଥାରେ ରଖିବା ଅନୁଚିତ । ଯଦି ଆପଣ ଏହି ନିୟମ ଉଲ୍ଲଂଘନ କରନ୍ତି, ତେବେ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଜରିମାନା ଦେବା ସହ ଆବଶ୍ୟକ ପଡିଲେ ଉଭୟ ଦଣ୍ଡ ଭୋଗିବାକୁ ପଡିପାରେ।

ମନେ ରଖନ୍ତୁ

ଗାଡ଼ି ପଛରେ, ତଳେ କିମ୍ବା ବନେଟ୍ ଉପରେ କେବେବି ପତାକା ଲଗାନ୍ତୁ ନାହିଁ, କାରଣ ସାମାନ୍ୟ ଆଘାତରେ ପତାକା ତଳେ ପଡ଼ିବାର ଆଶଙ୍କା ରହିଛି । ଏହା ସହିତ, ତ୍ରିରଙ୍ଗାକୁ ସାଜସଜ୍ଜା କିମ୍ବା ବିଜ୍ଞାପନ ଭାବରେ ବ୍ୟବହାର କରିବା ମଧ୍ୟ ନିୟମ ବିରୁଦ୍ଧ।