(ଭିଡ଼ିଓ): ଦୋକାନରେ ଶୋଇଥିଲେ ମହିଳା, ହଠାତ ପ୍ୟାଣ୍ଟ ଭିତରେ ପଶିଗଲା ମୂଷା, ଭିଡ଼ିଓ ଭାଇରାଲ
ଦୋକାନରେ ଶୋଇଥିବାବେଳେ ମହିଳାଙ୍କ ପ୍ୟାଣ୍ଟ ଭିତରେ ପଶିଗଲା ମୂଷା
ଭିଏତନାମ: ଅଜବ ଘଟଣା, ଶୋଇଥିବାବେଳେ ମହିଳାଙ୍କ ପ୍ୟାଣ୍ଟ ଭିତରେ ପଶିଗଲା ମୂଷା। ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଗୋଟିଏ ଡ୍ରେସ ଦୋକାନ ଭିତରେ ଦୁଇଜଣ ଝିଅ ଶୋଇଛନ୍ତି। ଠିକ ସେତିକିବେଳେ ଗୋଟିଏ ମୂଷା ହଠାତ ଦୋକାନ ଭିତରକୁ ପଶି ତଳେ ଶୋଇଥିବା ଗୋଟିଏ ଝିଅର ପ୍ୟାଣ୍ଟ ଭିତରକୁ ପଶିଯାଉଛି।
View this post on Instagram
ତା ପରେ ଝିଅଟି ଶୀଘ୍ର ଉଠିଯାଇ ଡେଇଁବାକୁ ଆରମ୍ଭ କରୁଛି। ଡେଇଁବା ଦ୍ୱାରା ମୂଷାଟି ପ୍ୟାଣ୍ଟରୁ ବାହାରି ଅନ୍ୟଆଡେ ପଳାଉଛି।
ଏବେ ଏହି ଭିଡ଼ିଓ ବେଶ ଭାଇରାଲ ହେଉଥିବାବେଳେ ଏହାକୁ ୩୭ ଲକ୍ଷ ଲୋକ ଦେଖିଲେଣି।