(video) ଅଭିନେତ୍ରୀ ମୃଣାଲ ଠାକୁରଙ୍କୁ ପସନ୍ଦ ଦକ୍ଷିଣୀ ପୁଅ, ଏ ପ୍ରେମର ନାଁ କ’ଣ ଦେବେ?

ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଧନୁଷଙ୍କ ଭଉଣୀମାନଙ୍କୁ ମଧ୍ୟ ଫଲୋ କରିବା ଆରମ୍ଭ କରିଛନ୍ତି।

ମୁମ୍ବାଇ: ଏବେ ନୂଆ ନୂଆ ପ୍ରେମରେ ପଡ଼ିଛନ୍ତି ମୃଣାଲ ଠାକୁର। ସେ ପୁଣି ସାଉଥ ସୁପରଷ୍ଟାରଙ୍କ ସହ। ଏହି ଡେଟିଂ ସେଟିଂକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଅଭିନେତ୍ରୀ ମୃଣାଲ ଠାକୁର ତାଙ୍କ ସମ୍ପର୍କକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ ଗୁଜବ ଆରମ୍ଭ ହୋଇଥିଲା ଯେ ଅଭିନେତ୍ରୀ ଦକ୍ଷିଣ ତାରକା ଧନୁଷଙ୍କୁ ଡେଟ୍ କରୁଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ
ଭାଇରାଲ ଭିଡିଓରେ, ଦୁହେଁ କିଛି କଥାବାର୍ତ୍ତା ହେବା ପରେ କରୁଥିବାର ପରେ ହଗ୍ କରିଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ, ସନ ଅଫ୍ ସର୍ଦ୍ଦାର ୨ ସ୍କ୍ରିନିଂରେ ଧନୁଷଙ୍କ ସ୍ୱତନ୍ତ୍ର ଉପସ୍ଥିତି ମଧ୍ୟ ଲୋକଙ୍କୁ ଭାବିବାକୁ ବାଧ୍ୟ କରିଥିଲା ଯେ କଥା କ’ଣ।

ଏବେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ଭଉଣୀମାନଙ୍କୁ ମଧ୍ୟ ଫଲୋ କରିବା ଆରମ୍ଭ କରିଛନ୍ତି। ଡେଟିଂ ଖବର ଭିତରେ ଏହା ନିଆଁରେ ଘିଅ ଢ଼ାଳିଳା ଭଳି ସନ୍ଦେସ।

ପ୍ରଶଂସକମାନେ ଲକ୍ଷ୍ୟ କରିଛନ୍ତି ଯେ ମୃଣାଳ ବର୍ତ୍ତମାନ ଧନୁଷଙ୍କ ଭଉଣୀ ଡକ୍ଟର କାର୍ତ୍ତିକା କୃଷ୍ଣମୂର୍ତ୍ତି ଏବଂ ବିମଳା ଗୀତାକୁ ଇନଷ୍ଟାଗ୍ରାମରେ ଫଲୋ କରିବା ଆରମ୍ଭ କରିଛନ୍ତି। ଉଭୟ ଭଉଣୀ ମଧ୍ୟ ମୃଣାଳଙ୍କୁ ଫଲୋ କରିଛନ୍ତି।

ଏଥିରୁ ଜଣାପଡ଼ୁଛି ମୃଣାଳ ଧନୁଷଙ୍କ ପରିବାରରେ ନିଜ ସ୍ଥାନ ପକ୍କା କରିଛନ୍ତି।

ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଧନୁଷ ଏବଂ ମୃଣାଲଙ୍କୁ ହାତ ଧରି ପରସ୍ପର କାନରେ କିଛି କହୁଥିବାର ଦେଖାଯିବା ପରେ ପ୍ରଥମେ ସେମାନଙ୍କ ଡେଟିଂ ଖବର ପ୍ରକାଶ ପାଇଥିଲା।

ଧନୁଷ ଅଜୟ ଦେବଗନଙ୍କ ସହ ମୃଣାଲଙ୍କ ଫିଲ୍ମ “ସନ୍ ଅଫ୍ ସର୍ଦ୍ଦାର ୨”ର ସ୍କ୍ରିନିଂରେ ଯୋଗଦେବା ପାଇଁ ଚେନ୍ନାଇରୁ ମୁମ୍ବାଇ ଆସିଥିବା ଜଣାପଡ଼ିଛି।

କେବଳ ଏତିକି ନୁହେଁ, ମୃଣାଲଙ୍କୁ ଧନୁଷଙ୍କ ଆଗାମୀ ଫିଲ୍ମ ତେରେ ଇଶ୍କ ମେଁର ରାପ୍ ଅପ୍ ପାର୍ଟିରେ ମଧ୍ୟ ଦେଖିବାକୁ ମିଳିଥିଲା ଯଦିଓ ସେ ଫିଲ୍ମର ଅଂଶ ନଥିଲେ।

ବର୍ତ୍ତମାନ, ଧନୁଷ ଏବଂ ମୃଣାଲ ଉଭୟ ସେମାନଙ୍କ ସମ୍ପର୍କ ବିଷୟରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କିନ୍ତୁ ଏକ ରିପୋର୍ଟ ନିଶ୍ଚିତ କରିଛି ଯେ ସେମାନେ ପ୍ରକୃତରେ ଡେଟିଂ କରୁଛନ୍ତି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସମ୍ପର୍କ ଏବେ ବି ନୂଆ ଏବଂ ଏହି ଯୋଡ଼ି ଏତେ ଶୀଘ୍ର ଏହାକୁ ଅଫିସିଆଲି କରିବାକୁ ଚାହୁଁନାହାଁନ୍ତି।

ଧନୁଷ ରଜନୀକାନ୍ତଙ୍କ ଜ୍ୱାଇଁ ଥିଲେ। ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାକୁ ବିବାହ କରିଥିଲେ ଧନୁଷ। ସେମାନଙ୍କର ଦୁଇ ପୁଅ ମଧ୍ୟ ଅଛନ୍ତି। ହେଲେ ବିବାହର ୧୮ ବର୍ଷ ପରେ ଉଭୟ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତି ନେଇଥିଲେ। ୨୭ ନଭେମ୍ବର ୨୦୨୪ରେ ଚେନ୍ନାଇ ଫ୍ୟାମିଲ କୋର୍ଟ ଦୁହିଁଙ୍କ ଛାଡ଼ପତ୍ର ହୋଇଥିଲା।